ସିନେମା ‘ଟାଇଗର ଜିନ୍ଦା ହୈ’ ଏବଂ ପ୍ରଧାନମନ୍ତ୍ରୀ ମୋଦି । ଖାସ କନେକସନ ପଛର ହୃଦୟ ଛୁଆଁ କାହାଣୀ ।

ସିନେମା ‘ଟାଇଗର ଜିନ୍ଦା ହୈ’ ଏବଂ ପ୍ରଧାନମନ୍ତ୍ରୀ ମୋଦି । ଖାସ କନେକସନ ପଛର ହୃଦୟ ଛୁଆଁ କାହାଣୀ ।

source: m.jagran.com

ବର୍ଷ ଶେଷକୁ ଟାଇଗର ଜିନ୍ଦା ହୈ ବକ୍ସ ଅଫିସରେ ସମସ୍ତ ଫିଲର୍ମ ରେକର୍ଡ଼ ଭାଙ୍ଗି ଦ୍ୱିତୀୟ ସ୍ଥାନ ହାସଲ କରିଛି । ଫିଲ୍ମ ଖୁବ ଶୀଘ୍ର ୩୦୦ କୋଟିରେ ପହଂଚିଯିବ ବୋଲି ମଧ୍ୟ ଆଶା କରାଯାଉଛି । କିନ୍ତୁ ଫିଲ୍ମର ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ଖାସ ସଂଯୋଗ ରହିଥିବା ଶୁଣିବାକୁ ମଧ୍ୟ ମିଳିଛି ।

ବାସ୍ତବରେ ଫିଲ୍ମର ନିର୍ଦ୍ଦେଶକ ଅଲି ଜଫର କହିଛନ୍ତିଯେ ଫିଲ୍ମରେ ଏଭଳି ଏକ ଦୃଶ୍ୟ ରହିଛି ଯେଉଁଥିରେ ପରେଶ ରାୱଲ ଟାଇଗର ବା ସଲମାନଙ୍କୁ ପଚାରୁଛନ୍ତିଯେ ପିଏମ ସାହାବଙ୍କୁ ମିଶନ ବିଷୟରେ ଖବର ଅଛି ତ?କିନ୍ତୁ ଫିଲ୍ମରେ ଅସଲି ଡାଏଲଗ ଥିଲାଯେ ମୋଦିଜୀଙ୍କୁ ଜଣାଅଛି ତ? ଅଲିଙ୍କ କହିବା ଅନୁସାରେ ସେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦେବାକୁ ଯାଇ ଏଭଳି ଡାଏଲଗ ରଖିଥିଲେ । ତେବେ ଏହା ପଛରେ ଏକ ହୃଦୟ ଛୁଆଁ କାରଣ ମଧ୍ୟ ରହିଛି ।

ଅଲିଙ୍କ କହିବା ଅନୁସାରେ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ଆଇଏସଆଇଏସ ସଂଗଠନ କିଛି ଭାରତୀୟ ନର୍ସଙ୍କୁ ଅପହରଣ କରିଥିଲା । ଏହାପରେ କେନ୍ଦ୍ର ସରକାର ଏକ ରେସ୍କ୍ୟୁ ଅପରେସନ କରି ସମସ୍ତ ନର୍ସଙ୍କୁ ରକ୍ଷା କରିଥିଲେ । ତେବେ ଅଲିଙ୍କୁ ଏହି ଘଟଣା ଖୁବ ପ୍ରେରିତ କରି୍ଥିଲା,ଯେଉଁଥିପାଇଁ ସେ ଏହି ଫିଲ୍ମଟି କରିବେ ବୋଲି ପଦକ୍ଷେପ ନେଇଥିଲେ ।

ଅଲି ଏହା ମଧ୍ୟ କହିଛନ୍ତିଯେ ଫିଲ୍ମଟି କାଳ୍ପନିକ ହୋଇଥିବାରୁ ସେନ୍ସର ବୋର୍ଡ଼ ଏହି ଡାଏଲଗକୁ ପରିବର୍ତ୍ତନ କରି ପିଏମ ସାହାବ କରିବାକୁ ପରାମର୍ଶ ଦେଇଥିଲେ । ସେ ମଧ୍ୟ ଏହି କଥାକୁ ଗ୍ରହଣ କଲେ କାରଣ ସେ ଫିଲ୍ମରେ ବାସ୍ତବ ଖବର ଦେବାକୁ ଚାହୁଁନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe