କନକ ବ୍ୟୁରୋ : ଭାରତୀୟ ଜନ ସଂଚାର ସଂସ୍ଥାନର ପୂର୍ବତନ ଛାତ୍ର ସଂଗଠନ ପକ୍ଷରୁ ଓଡ଼ିଶା ଚ୍ୟାପ୍ଟରର ବାର୍ଷିକ ଉତ୍ସବ କନେକ୍ସନ ୨୦୧୯ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି । ଚଳିତବର୍ଷର ବାର୍ଷିକ ଉତ୍ସବରେ ଶତାଧିକ ପୂର୍ବତନ ଛାତ୍ରଛାତ୍ରୀ ଯୋଗ ଦେଇ ସଂଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଆଇଆଇଏମ୍ସିର କେନ୍ଦ୍ରୀୟ କମିଟି ଭଳି ଓଡ଼ିଶା ଚ୍ୟାପ୍ଟର ପକ୍ଷରୁ ମଧ୍ୟ ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାକୁ ନିଷ୍ପତି ହୋଇଛି । ସାମ୍ବାଦିକତାର ବିଭିନ୍ନ ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୩ଜଣଙ୍କୁ ଆସନ୍ତାବର୍ଷ ଠାରୁ ସମ୍ମାନିତ କରିବା ସହ ଆର୍ଥିକ ପ୍ରୋତ୍ସାହନ ରାଶି ଦେବାକୁ ନିଷ୍ପତି ହୋଇଛି ।

Advertisment

publive-imageଏହି ଅବସରରେ ଆଇଆଇଏମସି ପୂର୍ବତନ ଛାତ୍ର ସଂଗଠନ ପକ୍ଷରୁ କେନ୍ଦ୍ରୀୟ କମିଟି ଦ୍ୱାରା ମନୋନିତ ଜୟଜିତ୍ ଦାସଙ୍କୁ ଇମକା ପୁରସ୍କାର ପ୍ରଦାନ କରାଯାଇଥିଲା । ଜୟଜିତ୍ ଦିଲ୍ଲୀରେ ଅନୁଷ୍ଠିତ ପୁରସ୍କାର ଉତ୍ସବରେ ଯୋଗ ଦେଇ ପାରିନଥିବାରୁ ତାଙ୍କୁ ଭୁବନେଶ୍ୱରରେ ଓଡ଼ିଶା ଚ୍ୟାପ୍ଟର ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଓଡ଼ିଶା ଚ୍ୟାପ୍ଟର ମିଟ୍ରେ ଆଇଆଇଏମ୍ସି ଆଲୁମିନି ଆସୋସିଏସନର କାର୍ଯ୍ୟକାରୀ ସଭାପତି ରିତେଶ ଆନନ୍ଦ, ସଂଗଠନ ସଂପାଦକ କମଲେଶ ରାଠୋର, ଉତରପ୍ରଦେଶ ଚାପ୍ଟର କୋଷାଧକ୍ଷ ଦୀକ୍ଷା ମିନାକ୍ଷୀଙ୍କ ସମେତ ରିତେଶ ବର୍ମା, ପିୟୁସ ପାଣ୍ଡେ ପ୍ରମୁଖ ଯୋଗ ଦେଇଥିଲେ ।

କନେକ୍ସନ-୨୦୧୯ର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଚ୍ୟାପ୍ଟର ସଭାପତି ସଂଜୟ ସାହୁ, ଉପ-ସଭାପତି ପ୍ରତ୍ୟୁଷ କୁମାର ସା, ସାଧାରଣ ସଂପାଦକ ଜ୍ୟୋତିପ୍ରକାଶ ଦାସ, ସଂଗଠନ ସଂପାଦକ ସୁଧାଂଶୁ ପାତ୍ର, କୋଷାଧ୍ୟକ୍ଷ କିଶନ ବରାଇଙ୍କ ସମେତ ଶତାଧିକ ପୂର୍ବତନ ଛାତ୍ର ଯୋଗଦେଇଥିଲେ।