କନକ ବ୍ୟୁରୋ: ମହାଠକ ସୁକେଶ ଚନ୍ଦ୍ରଶେଖର ୨ ଶହ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ମଣ୍ଡୋଲି ଜେଲରେ ରହିଛି । ସୁକେଶଙ୍କ ସହ ମନି ଲଣ୍ଡ୍ରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣଡିସ ମଧ୍ୟ ଫସିଛନ୍ତି । ସୁକେଶ ବର୍ତ୍ତମାନ ଜେଲରୁ ନିଜର ଓକିଲଙ୍କୁ ଚିଠି ଲେଖିଛି । ଏଥିରେ ସୁକେଶ ଜ୍ୟାକଲିନଙ୍କୁ ନେଇ ବଡ ଖୁଲାସା କରିଛି ।
ସୁକେଶ ଓକିଲଙ୍କୁ ଲେଖିଥିବା ଚିଠିରେ କହିଛି ଯେ ୨୦୦ କୋଟିର ଦୁର୍ନୀତିରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କର କୌଣସି ଭୂମିକା ନାହିଁ । ସେ ଚିଠିରେ ଆହୁରି ମଧ୍ୟ କହିଛି ଯେ, ଜ୍ୟାକଲିନକୁ ମହଙ୍ଗା ଉପହାର ଦେଇଥିଲେ । ସେମାନେ ରିଲେସନସିପରେ ଥିବାରୁ ଏହି ସବୁ ଦାମି ଉପହାର ଦେଇଥିଲେ । ସେ ଏହା ମଧ୍ୟ ଦାବି କରିଛି ଯେ ରେନବୈକ୍ସିର ପୂର୍ବତନ ମାଲିକଙ୍କୁ ମୁକ୍ତ କରିବା ପାଇଁ ୨ ଶହ କୋଟିଟଙ୍କା ପ୍ରଦାନ କରାଯାଇଥିଲା ।
ସୁକେଶ ଚିଠିରେ ଆହୁରି ମଧ୍ୟ ଲେଖିଥିଲେ ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ପିଏମଏଲଏ ମାମଲାରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ କରାଯାଇଛି । ମୁଁ ପ୍ରଥମରୁ କହିଛି ଯେ ଆମେ ଗୋଟିଏ ସମ୍ପର୍କରେ ଥିଲୁ ଆଉ ସେହି ସମ୍ପର୍କ ଆଧାରରେ ମୁଁ ତାଙ୍କ ପରିବାରକୁ ଉପହାର ଦେଇଆସୁଥିଲି । ଏଥିରେ ତାଙ୍କର ଦୋଷ କଣ? ଜ୍ୟାକଲିନ ମୋତେ ଭଲ ପାଇବା ଆଉ ତାଙ୍କ ସହ ପ୍ରତିଟି ମୁହୂର୍ତ୍ତରେ ଛିଡା ହେବା ବ୍ୟତୀତ ଆଉ କିଛି ମାଗିନାହାନ୍ତି । ତାଙ୍କ ଉପରେ ଏବଂ ତାଙ୍କ ପରିବାର ଉପରେ ଖର୍ଚ୍ଚ ହୋଇଥିବା ଗୋଟିଏ ଗୋଟିଏ ଟଙ୍କା ସଠିକ ଉପାୟରେ ଅର୍ଜିତ ହୋଇଛି । ଏହା ଶୀଘ୍ର କୋର୍ଟରେ ମଧ୍ୟ ପ୍ରମାଣିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/28-16.jpg)