ଭାଲେଂଟାଇନ୍ ଡେ ମୌକାରେ ପ୍ରେମିକାକୁ ଶୁଭେଚ୍ଛା ଜଣାଇଲେ ସୁକେଶ ଚନ୍ଦ୍ର ଶେଖର, ଜେଲ ଭିତରୁ ଜ୍ୟାକଲିନଙ୍କୁ ହାପି ଭାଲେଂଟାଇନ୍ ଡେ କହିଲା କନମ୍ୟାନ

359

କନକ ବ୍ୟୁରୋ: କୋର୍ଟରେ ହାଜରରେ ବେଳେ ଅଭିନେତ୍ରୀ ଜ୍ୟାକଲିନଙ୍କୁ ପ୍ରେମ ବାର୍ତା ପଠାଇଲେ ସୁକେଶ । ଭାଲେଂଟାଇନ୍ ଡେ ଅବସରରେ ଜ୍ୟାକଲିନଙ୍କୁ ହ୍ୟାପି ଭେଲେଟାଇନ୍ ଡେର ଶୁଭେଚ୍ଛା ଜଣାଇଛନ୍ତି ମହାଠକ ସୁକେଶ ଚନ୍ଦ୍ରଶେଖର । ଉଭୟଙ୍କ ବ୍ୟକ୍ତିଗତ ଫଟୋ ଭାଇରାଲ ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ଜ୍ୟାକଲିନ୍ ସୁକେଶଙ୍କ ଉପରେ ଧୋକାଦେବାର ଆରୋପ ଲଗାଇଥିଲେ । ଏହା ସ୍ୱତେ ବି ସୁକେଶଙ୍କ ମନରେ ଜ୍ୟାକଲିନଙ୍କ ପ୍ରତି ପ୍ରେମ ଲୁଚି ରହିଛି । ମଙ୍ଗଳବାର କୋର୍ଟରେ ହାଜର ବେଳେ ଗଣମାଧ୍ୟମ ପ୍ରତିନିଧୀ ତାଙ୍କୁ ଜ୍ୟାକଲିନ୍ ଓ ତାଙ୍କ ସମ୍ପର୍କ ବିଷୟରେ ପଚାରିଥିଲେ । ଉତରରେ ସୁକଶେ କହିଥିଲେ, ମୋ ତରଫରୁ ତାଙ୍କୁ ହ୍ୟାପି ଭାଲେଣ୍ଟାଇନ ଡେ ଜଣାଇଦେବ ।