କନକ ବ୍ୟୁରୋ : ଇସ୍ରାଏଲ ଏବଂ ପାଲେଷ୍ଟାଇନର ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଚାଲିଛି ଯୁଦ୍ଧ । ଏବେ ଏହାକୁ ନେଇ ଦେଶରେ ଆରମ୍ଭ ହୋଇଛି ରାଜନୀତି । ଗୋଟିଏ ପଟେ ଭାରତ ସରକାର ଇସ୍ରାଏଲ ପଛରେ ଛିଡ଼ା ହୋଇଥିବାବେଳେ ଅନ୍ୟପଟେ କଂଗ୍ରେସ ପାଲେଷ୍ଟାଇନକୁ ସମର୍ଥନ ଘୋଷଣା କରିଛି । ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଶେଷ ମୁହୂର୍ତ୍ତରେ ଏ ସଂକ୍ରାନ୍ତରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଛି ।

Advertisment

ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଅନେକ ଥର ପାଲେଷ୍ଟାଇନକୁ ଖୋଲାଖୋଲି ସମର୍ଥନ କରିଛି । ପାଲେଷ୍ଟାଇନର ଜନସାଧାରଣଙ୍କ ସମର୍ଥନରେ ଏକ ସଂକଳ୍ପ ଗୃହୀତ ହୋଇଥିଲା । ଏହି ସଂକଳ୍ପରେ କଂଗ୍ରେସ ପାଲେଷ୍ଟାଇନକୁ ତା’ର ଭୂମି, ସ୍ୱ-ଶାସନ ଏବଂ ସ୍ୱାଭିମାନ ଏବଂ ବଞ୍ଚିବାର ଅଧିକାର ପାଇଁ ସମର୍ଥନ ଦୋହରାଇଛି । ତେବେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ବି ନିନ୍ଦା କରିଛି କଂଗ୍ରେସ । ତୁରନ୍ତ ଯୁଦ୍ଧବିରତି ପାଇଁ ଦଳ ଦାବି କରିଛି ।