ରାମ ରହିମ ସହିତ ଗୋବିନ୍ଦ ସାହୁଙ୍କୁ ତୁଳନା କଲା କଂଗ୍ରେସ : ବିଧାୟକ ସନ୍ତୋଷ ସିଂ ସାଲୁଜା କହିଲେ ସ୍କୁଲରେ ସେକ୍ସ ରାକେଟ ଚଳାଇଥିଲେ ଗୋବିନ୍ଦ

 ମନ୍ତ୍ରୀଙ୍କ ଅନୁକମ୍ପାରେ ସରକାରୀ ଟଙ୍କାକୁ କରୁଥିଲେ ଚଳୁ

228

କନକ ବ୍ୟୁରୋ : ସନସାଇନ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ଡ଼େରା ସଚା ସୌଦାର ରାମ ରହିମ ସିଂ ସହ ତୁଳନା କରିଛି କଂଗ୍ରେସ । ସମ୍ବାଦିକ ସମ୍ମିଳନୀ କରି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ସ୍କୁଲ ଆଳରେ ସେକ୍ସ ରାକେଟ ଚଳାଇଥିଲେ ଗୋବିନ୍ଦ ସାହୁ । ମନ୍ତ୍ରୀଙ୍କ ଚାପରେ ପୋଲିସ ତାଙ୍କୁ ଛାଡ଼ିଦେଇଛି  ।  ଗୋବିନ୍ଦଙ୍କ ସବୁ କେଳେଙ୍କାରୀ ଜାଣିଥିବାରୁ ମମିତା ମେହେରଙ୍କୁ ହତ୍ୟା କରି ୭ଫୁଟ୍ ଗାତ ତଳେ ପୋଡ଼ି ପୋତି ଦିଆଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ତେଣୁ ମାମଲାର ସିବିଆଇ କିମ୍ବା ବିଚାର ବିଭାଗୀୟ ତନ୍ତ ଦାବି କରିଛି କଂଗ୍ରେସ ।

ମମିତା ମେହେର ନିଖୋଜ ମାମଲାରେ ଘରୋଇ ସ୍କୁଲ ମାଲିକ ଗୋବିନ୍ଦ ସାହୁ ଫେରାର ହେବା ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ଗୋବିନ୍ଦ ସାହୁ ସବୁ ସମୟରେ ପାୱାର କରିଡରରେ ଥିବା ବ୍ୟକ୍ତିଙ୍କ ସହ ମିଳାମିଶା କରୁଥିଲେ । ଅଫିସର ଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ଥିଲା ମିଳାମିଶା । କଲେଜ ଓ ସ୍କୁଲ କାର୍ଯ୍ୟକ୍ରମ ଗୁଡିକୁ ଆସୁଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଏପରିକି ମନ୍ତ୍ରୀମାନେ ହେଲିକପ୍ଟରରେ ଯାଇ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେଉଥିବା କଥା ସାମ୍ନାକୁ ଆସୁଛି । ଏପରିକି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବେଶ ଦମଦାର ବକ୍ତବ୍ୟ ବି ରଖୁଥିଲେ ।

ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଗୋବିନ୍ଦ ସାହୁ ଘନିଷ୍ଠତା ଥିଲା । ପୂର୍ବର କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସ୍କୁଲ ମାଲିକଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । କେବଳ ଏତିକି ନୁହେଁ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ସ୍କୁଲ ଓ କଲେଜ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସୂଚନା ମିଳିଛି । ଏହାସହ ସେ ଆହୁରୀ ବଡବଡିଆ ଲୋକଙ୍କ ସହ ବି ସମ୍ପର୍କରେ ରହିଥିଲେ । ୨୦୧୪ ମସିହାରେ ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗୋବିନ୍ଦ ସାହୁଙ୍କର ସମ୍ପୃକ୍ତି ଥିଲା । ଘଟଣାର କ୍ରାଇମବ୍ରାଂଚ ତଦନ୍ତ ହୋଇଥିଲା କିନ୍ତୁ ଫଳାଫଳ କିଛି ଆସିନଥିଲା । ଏହି ବ୍ୟକ୍ତିଙ୍କ ସହ ବହୁ ପଲିଟିକାଲ ଲିଙ୍କ ରହିଥିଲା । ଫଳରେ ସରକାରଙ୍କ ଏମପି, ଏମଏଲଏ ଅନୁଦାନ ଓ ସରକାରୀ ଅନୁଦାନ ସ୍କୁଲ ଓ କଲେଜରେ ଖର୍ଚ୍ଚ କରାଯାଉଥିଲା ।