କନକ ବ୍ୟୁରୋ : ଓଡ଼ିଶାରେ ମିଶନ ୯୦ ସଫଳ ହେବ । ତେଲେଙ୍ଗାନା ପରି ଓଡ଼ିଶାରେ କଂଗ୍ରେସ ୩ ନମ୍ବରରୁ ୧ ନମ୍ବର ହେବ । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ କଂଗ୍ରେସ ଏଥିରେ ସଫଳ ହେବ । ଗତ ୨୩ ବର୍ଷରେ ଓଡ଼ିଶା ପାଇଁ ଯାହା କରିବା କଥା ସେଥିରେ ବିଫଳ ହୋଇଛି ବିଜେଡି । ତେଣୁ ସମାଜର ସବୁ ବର୍ଗଙ୍କ ପାଇଁ କାମ କରିବାକୁ ଏବେ କଂଗ୍ରେସ ପ୍ରସ୍ତୁତ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏବେ ଘରେ ଘରେ ହାତ, ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଜରିଆରେ ବିଜେଡି ଓ ବିଜେପି ସରକାରର ବିଫଳତା ବାବଦରେ ଲୋକଙ୍କୁ ଅବଗତ କରିବ କଂଗ୍ରେସ ।

Advertisment

ତେଲେଙ୍ଗାନାରେ ଯେମିତି ହେଲା, ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ । ତେଲେଙ୍ଗାନାରେ ଆଞ୍ଚଳିକ ଦଳକୁ ମାତ୍ ଦେଇ କଂଗ୍ରେସ ଯେମିତି ସରକାର ଗଢିଲା, ଓଡ଼ିଶାରେ ମଧ୍ୟ ସମାନ ସ୍ଥିତିରେ କଂଗ୍ରେସ ସରକାର ଗଢିବ । ତେଲେଙ୍ଗାନାର ରେବନ୍ତ ରେଡ୍ଡୀ ହେବି କି ନାହିଁ ତାହା ଜାଣିନି କିନ୍ତୁ ଦଳର ଶୀର୍ଷ ନେତୃତ୍ୱ କଂଗ୍ରେସକୁ ଏକ ନମ୍ବର କରିବାକୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେ ଦିଗରେ କାମ କରୁଛି ଏବଂ ଆଗକୁ ମଧ୍ୟ କରିବି । କଂଗ୍ରେସକୁ ଏକ ନମ୍ବର କରିବାକୁ ଆମେ ଦୃଢ ସଂକଳ୍ପ ନେଇଛୁ । ତେଲେଙ୍ଗାନା ପଡୋଶୀ ରାଜ୍ୟ ହୋଇଥିବାରୁ ଓଡ଼ିଶାର ସୀମାନ୍ତ ଜିଲ୍ଲା ଗୁଡିକରେ ଏହାର ପ୍ରଭାବ ପଡିବ । ୨୦୨୪ ନିର୍ବାଚନରେ ଯୁବବର୍ଗଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ । ଯାହାର ଜିତିବା କ୍ଷମତା ଅଧିକ ଥିବ ସେମାନଙ୍କୁ ଦଳ ଟିକେଟ ଦେବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।