କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଏଟ୍ରିିଂ । ଗୁରୁବାର ପ୍ରଥମେ କୁଚ୍ଚ ବିହାରରେ ପହଁଚିଥିଲା କଂଗ୍ରେସର ରାଲି । ତେବେ କଂଗ୍ରେସର ନ୍ୟାୟଯାତ୍ରାକୁ ପଶ୍ଚିମବଙ୍ଗରେ ଟିଏମସି ସ୍ୱାଗତ କରିନି । ଏପରିକି ଟିଏମସି କର୍ମୀ ପଦଯାତ୍ରାକୁ ବିରୋଧ ମଧ୍ୟ କରିଥିଲେ । ସେପଟେ ପଶ୍ଚିମବଙ୍ଗ ମାଟିରେ ଛିଡା ହୋଇ ଟିଏମସିକୁ ବାର୍ତା ଦେଇଥିଲେ ରାହୁଲ । କଂଗ୍ରେସ ସାଂସଦ କହିଥିଲେ ଦେଶରେ ଅନ୍ୟାୟ ଚାଲିଛି ତେଣୁ କଂଗ୍ରେସ ନ୍ୟାୟ ଯାତ୍ରା ଆରମ୍ଭ କରିଛି । ଟିଏମସିକୁ ଚ୍ୟାଲେଂଜ ଦେବାକୁ ନୁହେଁ ବଂର ଏକାଠି ଛିଡା ହେବାକୁ ଆସିଛି । ତେବେ ରାହୁଲଙ୍କ ବାର୍ତାର ବିଭିନ୍ନ ଦୃଷ୍ଟିକୋଣରୁ ଦେଖାଯାଉଛି ।
ସେପଟେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାମିଲ ହେବେନି ବୋଲି ସୁତ୍ରରୁ ଜଣାପଡିଛି । ଜାନୁଆରୀ ୨୯ରେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ବିହାରରେ ପହଁଚିବ ତେବେ କଂଗ୍ରେସଠୁ ଦୂରେଇ ରହି ନୀତୀଶ ଯାତ୍ରାରେ ସାମିଲ ହେବେନି ବୋଲି ଜଣାପଡିଛି ।ଜେଡିୟୁ କହିଛି ଜାନୁୟାରୀ ୨୯ରେ ପାଟନାରେ ନୀତୀଶଙ୍କ ଜରୁରୀ ବୈଠକ ଅଛି ତେଣୁ ସେ ଭାରତ ଯୋଡ ନ୍ୟାୟଯାତ୍ରାରେ ସାମିଲ ହେବେନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/5-34.jpg)