କନକ ବ୍ୟୁରୋ : ବିଜେପିର କଂଗ୍ରେସକୁ ଫାଇଲ୍ସକୁ ଟାର୍ଗେଟ୍ କରି ଯୁବ କଂଗ୍ରେସ ଆରମ୍ଭ କରୁଛି ‘ଜୱାବ ଦୋ ପୋଷ୍ଟକାର୍ଡ’ ଅଭିଯାନ । କଂଗ୍ରେସ ଯୁବ ଶାଖା ଦ୍ୱାରା ଏହି ଅଭିଯାନ ସାରା ଦେଶରେ ଆରମ୍ଭ ହୋଇଛି । ଏଥିରେ ଯୁବ କଂଗ୍ରେସ କର୍ମୀମାନେ ଲୋକଙ୍କ ଘରକୁ ଘର ବୁଲି ଅଭିଯାନ ଚଳାଇବେ ।

Advertisment

ପ୍ରତ୍ୟେକ ସହର ଓ ଗାଁକୁ ଯିବେ ଯୁବ କଂଗ୍ରେସ କର୍ମୀ । ସବୁ ଲୋକଙ୍କ ପାଖରେ ଏହି ଅଭିଯାନ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପୋଷ୍ଟକାର୍ଡ ପଠାଯିବ । ଆଦାନି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ୩ଟି ପ୍ରଶ୍ନର ଉତ୍ତର ମାଗିବେ ।

ପ୍ରଶ୍ନ ୧- ଆଜି ପର୍ଯ୍ୟନ୍ତ ବିଜେପିକୁ ଆଦାନି କେତେ ଟଙ୍କା ଦେଇଛନ୍ତି ?
ପ୍ରଶ୍ନ ୨- ଆପଣଙ୍କ ସରକାରୀ ବିଦେଶ ଗସ୍ତ ପରେ ଆଦାନିଙ୍କୁ କେତେ ଠିକା ମିଳିଛି ?
ପ୍ରଶ୍ନ ୩- ଆଦାନି ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ ଧନୀ କିପରି ହେଲେ ତାର ସୂତ୍ର ଦିଅନ୍ତୁ ?