ଫେସବୁକକୁ ନେଇ ଭାରତୀୟ ରାଜନୀତିରେ ହଇଚଇ । ଆମେରିକା ଗଣମାଧ୍ୟମ ରିପୋର୍ଟକୁ ନେଇ ତଦନ୍ତ କରିବାକୁ ଫେସବୁକକୁ ଚିଠି ଲେଖିଲା କଂଗ୍ରେସ । ଫେକ୍ ନ୍ୟୁଜ୍, ହେଟ ସ୍ୱିଚ୍, ପକ୍ଷପାତ ଜରିଆରେ ଗଣତନ୍ତ୍ରକୁ କ୍ଷତି ହେବାକୁ ଦେବେନି ବୋଲି କହିଲେ ରାହୁଲ ଗାନ୍ଧୀ ।

509

କନକ ବ୍ୟୁରୋ : ୱାର୍ଲଡ ଷ୍ଟ୍ରିଟ ଜର୍ଣ୍ଣାଲର ରିପୋର୍ଟକୁ ନେଇ ଭାରତୀୟ ରାଜନୀତିରେ ହଇଚଇ । ଫେସବୁକର ନିରପେକ୍ଷତାକୁ ନେଇ ଉଠିଥିବା ବିବାଦ ଥମିବାର ନାଁ ଧରୁନାହିଁ । ଏହାର ତଦନ୍ତ ପାଇଁ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖିଛି କଂଗ୍ରେସ । ସେପଟେ ରାହୁଲ ଗାନ୍ଧୀ କହିଛନ୍ତି ଫେକ ନ୍ୟୁଜ୍, ହେଟ ସ୍ପିଚ ଓ ପକ୍ଷପାତ ଜରିଆରେ ଗଣତନ୍ତ୍ରକୁ କୌଣସି କ୍ଷତି ହେବାକୁ ଦେବେ ନାହିଁ ।

ଫେସବୁକର ନିରପେକ୍ଷତାକୁ ନେଇ ଉଠିଥିବା ବିବାଦ ଥମିବାର ନାଁ ଧରୁନାହିଁ । ଆମେରିକାର ମର୍ଯ୍ୟାଦା ସଂପନ୍ନ ଦୈନିକ ଖବର କାଗଜ ‘ଦ ୱାର୍ଲଡ ଷ୍ଟ୍ରିଟ୍ ଜର୍ଣ୍ଣାଲ’ର ଏହି ରିପୋର୍ଟ ଏବେ ଭାରତୀୟ ରାଜନୀତିରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ବନି ଯାଇଛି । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ପାଇଁ ଦାବି କରିଛି କଂଗ୍ରେସ ।

ଫେସବୁକକୁ ନେଇ ଉଠିଥିବା ଏହି ଝଡକୁ ହାତ ଛଡା କରିନି କଂଗ୍ରେସ । ସମଗ୍ର ଘଟଣାର ତଦନ୍ତ ଦାବି କରି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପଳ । ଏହାକୁ ନିଜ ଟ୍ୱିଟର ଆକାଉଂଟରେ ସେୟାର କରି ରାହୁଲ ଗାନ୍ଧୀ ଲେଖିଛନ୍ତି, ଫେକ ନ୍ୟୁଜ୍, ହେଟ ସ୍ପିଚ ଓ ପକ୍ଷପାତ ଜରିଆରେ ଗଣତନ୍ତ୍ରକୁ କୌଣସି କ୍ଷତି ହେବାକୁ ଦେବେ ନାହିଁ ।

ରାହୁଲ ଆହୁରି ମଧ୍ୟ ଲେଖିଛନ୍ତି ଯେ, ୱାର୍ଲଡ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ରିପୋର୍ଟ ଉପରେ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଶ୍ନ ପଚାରିବାର ଆବଶ୍ୟକତା ରହିଛି । ଏହାସହ ଜେପିସି ତଦନ୍ତ ଦାବି କରୁଛି କଂଗ୍ରେସ । ସେପଟେ ଏହି ଘଟଣାରେ ଫେସବୁକ୍ ପୂର୍ବରୁ ପ୍ରତିକ୍ରିୟା ରଖିସାରିଛି । ଫେସବୁକ୍ କହିଛି, ହେଟ୍ ସ୍ପିଚକୁ ମନା କରାଯାଇଛି ଏବଂ କୌଣସି ରାଜନେତା କିମ୍ବା ଦଳ ଏହି ନିୟମରୁ ବାହାରେ ନାହାନ୍ତି । ସ୍ୱଚ୍ଛତା ଏବଂ ସଠିକ୍ ପରିଚାଳନା ପାଇଁ ଆମେ ଆଗକୁ ବଢୁଛୁ ଏବଂ ନିୟମିତ ଭାବେ ଆମ ପ୍ରକ୍ରିୟାର ଅଡିଟ୍ ହେବ ।

ୱାର୍ଲଡ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି, ଯେ ଫେସବୁକର ହେଟ୍ ସ୍ପିଚ୍ ନିୟମ, ଭାରତୀୟ ରାଜନୀତି କ୍ଷେତ୍ରରେ ପାଳନ ହେଉନାହିଁ । ମୋଦୀଙ୍କ ସରକାରକୁ ଫେସବୁକ୍ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ ବୋଲି ଏହି ରିପୋର୍ଟରୁ ଜଣାପଡୁଛି । ଏହି ରିପୋର୍ଟକୁ ସେୟାର କରି ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖି ତଦନ୍ତ ଦାବି କରିଛି କଂଗ୍ରେସ ।