ଡିସେମ୍ବରରେ ରାହୁଲଙ୍କୁ ମିଳିବ ଏଆଇସିସି ଅଧ୍ୟକ୍ଷ ପଦ ! ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ନିଷ୍ପତି

37

କନକ ବ୍ୟୁରୋ: ଡିସେମ୍ବରରୁ କଂଗ୍ରେସର କମାଣ୍ଡ ସମ୍ଭାଳିବେ ରାହୁଲ । ଆଜି ସୋନିଆ ଗାନ୍ଧୀଙ୍କ ୧୦ଜନପଥ ସ୍ଥିତ ବାସଭବନରେ ବସିଥିବା କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବା ନେଇ ପ୍ରସ୍ତାବ ପାରିତ ହୋଇଛି । ଏହାସହ ଏଥିପାଇଁ ଆରମ୍ଭ ହେବାକୁ ଥିବା ପ୍ରକ୍ରିୟାର ମଧ୍ୟ ଘୋଷଣା କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଡିସେମ୍ବର ୧ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏଥିପାଇଁ ଡିସେମ୍ବର ୪ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯିବା ।

୧୧ଡିସେମ୍ବରରେ ନାମାଙ୍କନ ଦାଖଲ ଓ ୧୧ଡିସେମ୍ବର ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ଏବଂ ୧୯ଡିସେମ୍ବରରେ ଭୋଟ ଗଣତି ହେବା ସହ ଅଧ୍ୟକ୍ଷଙ୍କ ନାଁ ମଧ୍ୟ ଘୋଷଣା କରାଯିବ । ରାହୁଲ ଗାନ୍ଧୀ ସର୍ବସମ୍ମତି କ୍ରମେ ଅଧ୍ୟକ୍ଷ ନିଯୁକ୍ତ ହେବେ ବୋଲି ଆଶା କରାଯାଉଛି । କାରଣ କଂଗ୍ରେସର ବରିଷ୍ଠ ନେତାମାନେ ଦୀର୍ଘ ଦିନ ଧରି ରାହୁଲଙ୍କୁ ଅଧ୍ୟକ୍ଷ ବନାଇବା ପାଇଁ ଦାବି କରୁଥିଲେ । ତେବେ ଆଉ କୌଣସି ନେତା ନାମାଙ୍କନ ଦାଖଲ ନକଲେ ଡିସେମ୍ବର ୫ତାରିଖରେ ରାହୁଲଙ୍କୁ ସଭାପତି ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।