ରାହୁଲ ହେବେ କି ବିରୋଧୀ ଦଳ ନେତା? ଆଜି ବସୁଛି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ।

234

କନକ ବ୍ୟୁରୋ: ଆଜି ବସୁଛି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ । କିଏ ହେବ ବିରୋଧୀ ଦଳ ନେତା, ଏନେଇ ହୋଇପାରେ ଚର୍ଚ୍ଚା ଆଲୋଚନା । ଏହାପରେ ବିରୋଧୀ ଦଳ ନେତାଙ୍କ ନା ଘୋଷଣା କରିପାରେ ଦଳ । ଦୁଇ ଥର ଦଳର ଦୁର୍ବଳ ପ୍ରଦର୍ଶନ ପରେ ଦଳକୁ ପୁନରୁଦ୍ଧାର କରିବାର ଶ୍ରେୟ ପାଇଥିବା ରାହୁଲ ଗାନ୍ଧୀଙ୍କୁ ଏହି ଦାୟିତ୍ୱ ମିଳିପାରେ । ଚଳିତ ଥର ଲୋକସଭା ନିର୍ବାଚନରେ କଂଗ୍ରେସକୁ ୯୯ଟି ଆସନ ମିଳିଛି ଏବଂ ରାହୁଲ ଗାନ୍ଧୀ ଉଭୟ ୱାୟନାଡ଼ ଓ ରାଏବରେଲୀରୁ ବହୁତ୍ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ମଧ୍ୟ ବିରୋଧୀ ଦଳ ନେତା ଭାବେ ରାହୁଲଙ୍କ ନା ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି ।