ନୂଆଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟି ବୈଠକ : କଂଗ୍ରେସ ନେତାଙ୍କ ଚିଠିର ସମୟକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ୍ ଗାନ୍ଧୀ

388

କନକ ବ୍ୟୁରୋ : କଂଗ୍ରେସ ୱାକିଂ କମିଟି ବୈଠକରେ ଓଲଡ ଗାର୍ଡ ବନାମ ୟଙ୍ଗ ଗାର୍ଡ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ଆଜିବୈଠକରେ କଂଗ୍ରେସ ନେତୃତ୍ୱକୁ ଦଳର ୨୩ ନେତା ଦେଇଥିବା ଚିଠିର ସମୟ ଉପରେ ପ୍ରଶ୍ନ ଉଠାଇଛନ୍ତି ରାହୁଲ ଗାନ୍ଧି । ଏହାର ପରେ ଦଳରେ ବିବାଦ ତେଜିଛି । ରାହୁଲ୍ କହିଛନ୍ତି, ଯେତେବେଳେ ଦଳ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଲଢୁଥିଲା ଓ ସୋନିଆ ଅସୁସ୍ଥ ଥିଲେ ସେତେବେ ଚିଠି ଲେଖାଯିବା କଣ ଦରକାର ଥିଲା । ଯେଉଁମାନେ ଏହି ଚିଠି ଲେଥିଛନ୍ତି ସେମାନେ ବିଜେପି ସହ ହାତ ମିଳାଇଛନ୍ତି । ଏହାପରେ ଦଳର ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବୈଠକ ସମୟରେ ହିଁ ଦଳର ନେତା କପିଲ ସିବଲ ଟ୍ୱିଟ କରିଛନ୍ତି । ଏଥିରେ ସେ କହିଛନ୍ତି, ରାହୁଲ ଗାନ୍ଧି ଆମେ ଭାରତୀୟ ଜନତା ପାର୍ଟି ସହ ମିଶିବା କଥା କହୁଛନ୍ତି । ୩୦ ବର୍ଷ ମଧ୍ୟରେ ଏଭଳି କିଛି ବୟାନ ଦେଇନାହିଁ , ଯାହା ବିଜେପିକୁ ସହାୟତା କରିବ । ଏଭଳି ସ୍ଥିତିରେ ସେ ବିଜେପି ସହ ହାତ ମିଳାଇଥିବା କଥା କୁହାଯାଉଛି । ସେହିଭଳି ଗୁଲାମ ନବୀ ଆଜାଦ ବି କହିଛନ୍ତି ଏଭଳି ଅଭିଯୋଗ ଯଦି ଆସୁଛି ତାହାହେଲେ ସେ ଇସ୍ତଫା ଦେଇଦେବେ । ଆଜି ଦିଲ୍ଲୀରେ ଚାଲିଥିବା ସିଡବ୍ଲୁସି ବୈଠକରେ ସୋନିଆ ଏହି ଇଚ୍ଛାପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆଗକୁ ସେ ଆଉ ଦଳର ସଭାପତି ରହିବାକୁ ଚାହିୁଁନାହାନ୍ତି ।

ଦଳ ନୂଆ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରୁ । ବୈଠକ ଆରମ୍ଭ ହେବା ପରେ ଏ ସମ୍ପର୍କିତ ଚିଠି ଦଳର ନେତା କେ.ସି ବେଣୁଗୋପାଳ ପଢିଥିଲୋ ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ବରିଷ୍ଠ ନେତା ଏ.କେ ଆଂଟେନୀ, ସୋନିଆ ଏହି ନିଷ୍ପତିର ପୁନଃବିଚାର କରନ୍ତୁ ବୋଲି ଅନୁରୋଧ କରିଛନ୍ତି । ସବୁ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସୋନଆ ଗାନ୍ଧିଙ୍କୁ ସଭାପତି ପଦରେ ରହିବା ପାଇଁ ଅନୁରୋଧ କରିଛନ୍ତି । ସେହିଭଳି ଏ.କେ ଆଂଟୋନି ମଧ୍ୟ ରାହୁଲ ଗାନ୍ଧିଙ୍କୁ ସଭାପତି ନହେବା ପାଇଁ ନେଇଥିବା ନିଷ୍ପତିର ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି ।