କଂଗ୍ରେସର ରାସ୍ତାରୋକ, ଯାତାୟତ ଠପ୍: ରାୟଗଡା ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି

ରାମନାଗୁଡାରେ ଜିଲ୍ଲା କଂଗ୍ରେସର ରାସ୍ତାରୋକ; ଗଞ୍ଜାମ ଓ ଗଜପତିକୁ ଯାତାୟତ ଠପ୍

134

କନକ ବ୍ୟୁରୋ: ଗୁଣପୁର ଜିଲ୍ଲାସଭାପତି ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ରାସ୍ତାରୋକ । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାମନାଗୁଡା ବ୍ଲକ ଅନ୍ତର୍ଗତ ବାଙ୍ଗି ଛକରେ ରାସ୍ତା ଅବରୋଧ କରାଯାଇଛି । ଟାୟାର ଜାଳି ରାସ୍ତାରୋକ କରିଛନ୍ତି କଂଗ୍ରେସ କର୍ମୀ । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଘଟଣାସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି । ରାସ୍ତାରୋକ ଯୋଗୁଁ ଗଂଜାମ ଓ ଗଜପତିକୁ ଯାତାୟତ ଠପ୍ ହୋଇପଡିଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗଙ୍କ ମୃତ୍ୟୁର ୨୦ ଦିନ ପରେ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚିତ ହୋଇପାରି ନାହିଁ ।

ପରିବାର ଲୋକେ ଏହାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଗତ ମାସ ୨୪ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗଙ୍କ ମୃତ୍ୟୁ ଏକ ସଡକ ଦୁର୍ଘଟଣାରେ ହୋଇଥିଲା । ରାୟଗଡାରୁ ଗୁଣୁପୁର ଫେରିବା ବେଳେ ରାମନାଗୁଡା ତାଣ୍ଡିକଣା ଛକ ନିକଟରେ ବାଇକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗମାଙ୍କ ମୃତ୍ୟୁସ୍ଥଳକୁ ଅନୁଧ୍ୟାନ କଲେ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଜଣାପଡୁଥିବା ଅଭିଯୋଗ ଆଣି ନିରପେକ୍ଷ ତଦନ୍ତ ଦାବି କରିଛି ଜିଲ୍ଲା କଂଗ୍ରେସ କମିଟି ।