ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ଇସ୍ତଫା ଦାବି : ମନ୍ତ୍ରୀ ତୁଷାରକାନ୍ତୀ ବେହେରାଙ୍କ ଗାଡି ଉପରକୁ ଅଣ୍ଡାମାଡ଼ 

 ମୟୂରଭଞ୍ଜରେ ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି; ଏପଟେ ରାଜଧାନୀରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

130

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ଜୋର ଧରିଲା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ଇସ୍ତଫା ଦାବି । ବିରୋଧୀ ଇସ୍ତଫା ଓ ବହିଷ୍କାର ଦାବିରେ ଅଡି ବସିଛନ୍ତି । ଆଜି ମନ୍ତ୍ରୀ ତୁଷାରକାନ୍ତୀ ବେହେରାଙ୍କ ଗାଡି ଉପରକୁ ଅଣ୍ଡାମାଡ଼ କରାଯାଇଛି । ମନ୍ତ୍ରୀ ହେଲ୍ଥ କାର୍ଡ ବାଂଟିବାକୁ ଥୁଆମୁଳ ରାମପୁର ଡୁମେରପଦରକୁ ଯାଇଥିବା ବେଳେ ବିରୋଧ ପ୍ରଦର୍ଶନ କରାଯାଇଥିଲା । କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ କରିଥିଲେ । ଏହା ସହ ମନ୍ତ୍ରୀ କଳା ପତାକା ପ୍ରଦର୍ଶନ କରାଯାଇଥିଲା ।

ସେହିପରି ବାରିପଦାରେ ମଧ୍ୟ ମମିତା ମେହେର ହତ୍ୟା ମମାଲା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀଙ୍କ ଇସ୍ତଫା ଓ ବହିଷ୍କାର ଦାବିରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଜେପି କର୍ମୀ ଶୋଭାଯାତ୍ରା କରି ଥାନା ଘେରାଉ କରିଥିଲେ । ବିଜେପି କର୍ମୀ ବ୍ୟାରିକେଡ୍ ଭାଙ୍ଗି ପଶିବାକୁ ଉଦ୍ୟମ କରିଥିଲେ  । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା  ।

ମମିତା ମେହେର ମୃତ୍ୟୁ ଘଟଣାରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଏବିଭିପି । ରାଜମହଲ ଛକରୁ ନବୀନ ନିବାସ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ସହ ଆନ୍ଦୋଳନକାରୀଙ୍କ ମୁହାଁମୁହିଁ ହୋଇଛି । ଘଟଣାସ୍ଥଳରୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ । କଳାହାଣ୍ଡି ମହାଲିଙ୍ଗ ସନସାଇନ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାକୁ ପ୍ରାୟ ମାସେ ବିତିଗଲାଣି । କିନ୍ତୁ ପ୍ରକୃତ ଦୋଷୀଙ୍କୁ ଏପର୍ଯ୍ୟନ୍ତ ଦଣ୍ଡ ମିଳିନାହିଁ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆଯାଇନାହିଁ ବୋଲି ଅଭିଯୋଗ ଆଣିଛି ଏବିଭିପି ।