କନକ ବ୍ୟୁରୋ : ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଏବଂ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ବୈଠକରେ ନିର୍ବାଚନୀ ଇସ୍ତାହାର ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ଇସ୍ତାହାର କମିଟିର ଅଧ୍ୟକ୍ଷ ରହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ।

ଇ-ମେଲରେ ଆସିଥିବା ପ୍ରସ୍ତାବ ଏବଂ ଲୋକଙ୍କ ମତାମତକୁ ଆଧାର କରି ଦେଖି ନିର୍ବାଚନୀ ଇସ୍ତାହାର ତିଆରି ହୋଇଛି । ନିର୍ବାଚନୀ ଇସ୍ତାହାରରେ ଶ୍ରମିକ, ମହିଳାଙ୍କ ଭଳି କ୍ଷେତ୍ରରେ କଂଗ୍ରେସ ବଡ ଘୋଷଣା କରିବ ବୋଲି ଜଣାପଡିଛି । ସେହିପରି ଆସନ୍ତାକାଲିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ କଂଗ୍ରେସ ତୃତୀୟ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାର ସମ୍ଭାବନା ରହିଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବାକି ଥିବା ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ।