କନକ ବ୍ୟୁରୋ: ସାମ୍ନାକୁ ଆସିଲା ଦିଲ୍ଲୀ କଂଗ୍ରେସର କନ୍ଦଳ । ଲୋକସଭା ନିର୍ବାଚନ ଲଢୁଥିବା ଯୁବ ନେତା କହ୍ନୈୟା କୁମାରଙ୍କୁ ନିଜ ଦଳର କର୍ମୀ ହିଁ ବିରୋଧ କରିଛନ୍ତି । ଖାଲି ସେତିକି ନୁହେଁ, ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲି ମଧ୍ୟ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି । ଯାହା ପରେ ଦିଲ୍ଲୀରେ କଂଗ୍ରେସ ରାଜନୀତି ସବୁକିଛି ଠିକ୍ ଠାକ୍ ନଥିବା ଜଣାପଡିଛି ।
ରବିବାର ଦିଲ୍ଲୀ ରାଜନୀତିରେ ବଡ ହଲଚଲ ଦେଖିବାକୁ ମିଳିଥିଲା । ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦେବା ସହିତ, କହ୍ନୈୟାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଥିଲେ । ସିଧାସଳଖ ତାଙ୍କ ନାମ ନେଇନଥିଲେ ବି, ତାଙ୍କୁ ବାହାରର ଲୋକ କହି ତେରେଛା ତୀର ମାରିଥିଲେ । ଆଉ ସ୍ଥାନୀୟ କୌଣସି ଲୋକଙ୍କୁ ଟିକେଟ୍ ଦେବାକୁ ଦାବି କରିଥିଲେ ।
ତେବେ କହ୍ନୈୟାଙ୍କ ପ୍ରାର୍ଥୀ ହେବା ନେଇ ଘୋଷଣା ହେବା ପରେ, ଆଜି ଏକ ବଡ ନିର୍ବାଚନୀ କାର୍ଯ୍ୟକ୍ରମ ହେବାକୁ ଥିଲା । ହେଲେ ଏହା ପୂର୍ବରୁ କିନ୍ତୁ ଖୋଦ୍ କଂଗ୍ରେସ କର୍ମୀମାନେ ଏହାକୁ ବିରୋଧ କରିଥିଲେ । କହ୍ନୈୟାଙ୍କ ଟିକେଟ୍ କାଟି, କୌଣସି ସ୍ଥାନୀୟ ନେତାଙ୍କୁ ଟିକେଟ୍ ଦେବାକୁ ସେମାନେ ଦାବି କରିଥିଲେ । ସୂଚନାଯୋଗ୍ୟ ଯେ, ନିକଟରେ କଂଗ୍ରେସ ନିଜର ନିର୍ବାଚନୀ କାର୍ଯ୍ୟାଳୟର ଉଦଘାଟନ୍ କରିଥିଲା । ଏଥିରେ ରାହୁଲ ଗାନ୍ଧୀ, କେଜ୍ରିୱାଲଙ୍କ ସହିତ କହ୍ନୈୟାଙ୍କ ଫଟୋ ଦେଖିବାକୁ ମିଳିଥିଲା । ଏହାବାଦ୍ ଅନ୍ୟ କୌଣସି ନେତାଙ୍କୁ ପୋଷ୍ଟରରେ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ବିବାଦ ଉପୁଜିବା ସହିତ ଅରବିନ୍ଦର ସିଂହ ଲଭଲି ଇସ୍ତଫା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/kanheya-kumar.jpg)