କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବଡ ବୟାନ । ଝାରସୁଗୁଡାରେ ଆମେ ଯେଉଁଭଳି ପରିଶ୍ରମ କରିଛୁ, ଆଶା ଅଛି ଝାରସୁଗୁଡାରେ କଂଗ୍ରେସ ଜିତିବ । ବ୍ଲକ,ପଞ୍ଚାୟତସ୍ତରରେ କର୍ମୀ ମାନେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ସବୁ ନିର୍ବାଚନକୁ ଯେମିତି ଅନ୍ୟ ଦଳ ସହଜ ବୋଲି ଭାବୁଥିଲେ । ଏହି ନିର୍ବାଚନ ସେଭଳି ସହଜ ହୋଇନି । ଝାରସୁଗୁଡା ଉପନିର୍ବାଚନରେ ତ୍ରିମୁଖି ଲଢେଇ ହୋଇଛି । ତିନି ଦଳ ମଧ୍ୟରେ କଡ୍ଡା ଟକ୍କର ହୋଇଛି । ବିଜୟ ପାଇଁ ଭୋଟ ବ୍ୟବଧାନ ଖୁବ କମ୍ ରହିବ । କଂଗ୍ରେସ ନିଶ୍ଚିତ ଜିତିବ ବୋଲି ଆଶା । ପୂରା ଲଢେଇ କରିଛି କଂଗ୍ରେସ ।
ଶରତ କହିଛନ୍ତି, ଝାରସୁଗୁଡାରେ ଲଢେଇ ଜୋରଦାର ହୋଇଛି । ଆମେ ସମସ୍ତେ ମିଳିତ ଭାବେ ଲଢେଇ କରିଛୁ । ଗୋଟିଏ ଡାକରାରେ ବିଭିନ୍ନ ଅଞ୍ଚଳରୁ କର୍ମୀ ଆସି ଝାରସୁଗୁଡାରେ ଏକାଠି ହୋଇଥିଲେ । ସୁର ଭାଇଙ୍କ ଭଳି ଲୋକ ବୟସ୍କ ଲୋକ ଆସି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ । ଦଳ ନିଶ୍ଚୟ ଭଲ ପ୍ରଦର୍ଶନ କରିବ ।
ସେହିଭଳି କର୍ଣ୍ଣାଟକରେ ନିଶ୍ଚିତ ଭାବରେ କଂଗ୍ରେସ ସରକାର ଗଠନ କରିବ ବୋଲି କହିଛନ୍ତି ଶରତ ପଟ୍ଟନାୟକ । ସର୍ବୋଚ୍ଚ ନେତୃତ୍ୱ ମାନେ କଠିନ ପରିଶ୍ରମ କରିଛନ୍ତି । ସମଗ୍ର ଭାରତରେ ଏବଂ ଓଡିଶାରେ ମଧ୍ୟ ୨୦୨୪ରେ କର୍ଣ୍ଣାଟକ ଫଳର ପ୍ରଭାବ ପଡ଼ିବ । ଦେଶରେ ପୁଣିଥରେ କଂଗ୍ରେସ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଶରତ । ଏପରିକି ଓଡ଼ିଶାରେ କଂଗ୍ରେସ ୯ରୁ ୯୦ ହେବ ବୋଲି କହିଛନ୍ତି ପିସିସି ସଭାପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/11-13.jpg)