କନକ ବ୍ୟୁରୋ : କଟକ ସତ୍ୟଭାମା ସାଲେପୁର ସଭାରେ ଉଭୟ ରାଜ୍ୟ ଏବଂ କେନ୍ଦ୍ରର ଶାସକ ଦଳ ବିରୋଧରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବେକାରୀ, ଚାଷୀଙ୍କ ସମସ୍ୟା ସହିତ ବିଭିନ୍ନ ଦୁର୍ନୀତି କଥା କହି ରାହୁଲ ଗାନ୍ଧୀ ଶାଣିତ ଆକ୍ରମଣ କରିଛନ୍ତି । ଏହା ସହ କଂଗ୍ରେସ ସରକାରକୁ ଆସିଲେ କୃଷତ, ଶ୍ରମିକ ଓ ମହିଳାଙ୍କୁ ଗୁରୁତ୍ୱ ଦିଆଯିବା କଥା କହିଛନ୍ତି ରାହୁଲ ଗାନ୍ଧୀ ।
ଦିଲ୍ଲୀରେ କଂଗ୍ରେସ ସରକାର ଗଢିଲେ ଦେଶର ପ୍ରତ୍ୟେକ ଗରିବ ମହିଳାଙ୍କୁ ଚିହ୍ନଟ କରାଯିବ । ଏବଂ ସେହି ମହିଳାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରଯିବ । ଏଥିପାଇଁ ପ୍ରତିମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ । କମିଶନ ବସାଇ କଂଗ୍ରେସ ଚାଷୀଙ୍କ ଋଣ ଛାଡ କରିବ ବୋଲି ସାଲେପୁର ସଭାରୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ । ଏହା ବ୍ୟତିତ କଂଗ୍ରେସ ସରକାରକୁ ଆସିଲେ ଆଶା ଓ ଅଙ୍ଗନୱାଡିଙ୍କ ପାରିଶ୍ରମିକ ୨ ଗୁଣା, ମନେରଗା ଶ୍ରମିକଙ୍କ ପାରିଶ୍ରମିକ ଦୈନିକ ୪୦୦ ଟଙ୍କା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/37-10.jpg)