Union Home Minister Amit Shah addresses the 'Hindu Gaurav Divas' programme organized on the death anniversary of BJP leader Kalyan Singh, in Aligarh | PTI
କନକବ୍ୟୁରୋ:ଲୋକସଭା ନିର୍ବାଚନ ପରେ ଏକଜିଟ ପୋଲକୁ କଂଗ୍ରେସ ହାରିବା ଭୟରେ ଦୁରେଇ ରଖିଛି ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଅମିତ ଶାହା । କଂଗ୍ରେସ ହାରିବା ଭୟରେ ଏଭଳି କରୁଥିବା ସେ କହିଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ଦୀର୍ଘଦିନ ଧରି ହାରିବା ଭୟକୁ ଅସ୍ୱିକାର କରିଛି । ନିବାଚନରେ ସେମାନେ ପ୍ରଚାର କରିଥିଲେ ସେମାନେ ସଂଖ୍ୟାଗରିଷ୍ଠତା ହାସଲ କରିବେ ବୋଲି କିନ୍ତୁ ସେମାନେ ଜାଣିଛନ୍ତି ସେମାନଙ୍କ ବର୍ତ୍ତମାନ ସ୍ଥିତି କଣ ଦେଶରେ, ଏହାପରେ ବି ସେମାନେ ଏଭଳି ମନ୍ତବ୍ୟ ଦେବା ଏକ ହାସ୍ୟସ୍ପଦ ଭଳି ଲାଗୁଛି ।
ତେଣୁ ଗଣମାଧ୍ୟମର ଏକଜିଟ ପୋଲ ଠାରୁ ସେମାନେ ନିଜକୁ ଦୁରେଇ ରଖିଛନ୍ତି । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଏକଜିଟ ପୋଲ ଦାର୍ଘ ଦିନ ଧରି ଗଣମାଧ୍ୟମରେ ପ୍ରତି ନିର୍ବାଚନରେ ହେଉଛି କିନ୍ତୁ ଏଥର ତାଙ୍କୁ ହାରିବା ଭୟ ଘାରିଛି ତେଣୁ ସେମାନେ ଗଣମାଧ୍ୟମ ଆଗରେ ନିଜର ସ୍ପଷ୍ଟୀକରଣ କରିପାରୁନାହାନ୍ତି ତେଣୁ ସେମାନେ ଏସବୁରୁ ନିଜକୁ ଦୁରେଇ ରଖିଛନ୍ତି ।ଏକ୍ସରେ କଂଗ୍ରେସ ମ୍ରୁଖପାତ୍ର ପଓନ ଖେଡା ଏକଜିଟ ପୋଲରୁ ଦୁରେଇ ରଖିବା ପୋଷ୍ଟର କିଛି କ୍ଷଣ ପରେ ଏଭଳି ମନ୍ତବ୍ୟ ଅମିତ ଶାହା ଦେଇଛନ୍ତି ।
Follow Us