ଥମୁନି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି । ଆଜି ମମିତାଙ୍କ ପରିବାରକୁ ଭେଟିବାକୁ ବଲାଙ୍ଗୀର ଯିବ କଂଗ୍ରେସ ପ୍ରତିନିଧି ଦଳ । 

123

କନକ ବ୍ୟୁରୋ : ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଥମୁନି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି । ମମିତା ମେହେରଙ୍କ ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ରହିଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଓ ଗିରଫ ଦାବିରେ, ବିରୋଧୀ ସପ୍ତାହେ ହେଲା ଆନ୍ଦୋଳନ, ପ୍ରତିବାଦ ଚଳାଇ ଆସିଛନ୍ତି ।

ତେବେ ଏହି କ୍ରମରେ ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ବଲାଙ୍ଗୀର ଗସ୍ତ କରିବେ । ଓଡିଶା ପ୍ରଭାରୀ ଡ. ଏ ଚେଲ୍ଲାକୁମାର ଓ ସାଧାରଣ ସମ୍ପାଦକ ରଣଦୀପ ସୁର୍ଜେୱାଲା ବଲାଙ୍ଗିର ଯିବେ । ନରସିଂହ ମିଶ୍ରଙ୍କ ସହ ଦୁଇ ନେତା ମମିତାଙ୍କ ପରିବାର ଲୋକଙ୍କୁ ଭେଟିବେ ।