କନକ ବ୍ୟୁରୋ: ଲମ୍ବା ସମୟ ଧରି ରାଜସ୍ଥାନ କଂଗ୍ରେସରେ ଲାଗିରହିଥିବା ହଲଚଲରେ ଏବେ ଲଗାମ ଲାଗିବାକୁ ଯାଉଛି । କାହିଁକି ନା ଗୁରୁବାର ଦିଲ୍ଲୀରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଉକ୍ତ ବୈଠକରେ ୪ଟି ବଡ ନିଷ୍ପତ୍ତି ଉପରେ ସହମତି ପ୍ରକାଶ ପାଇଛି । ଯାହା ପରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ରାଜସ୍ଥାନ କଂଗ୍ରେସ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି ।

Advertisment

ରାଜସ୍ଥାନରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏହାପୂର୍ବରୁ ରାଜସ୍ଥାନ ନିର୍ବାଚନ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ମହାସଚିବ କେସି ବେଣୁଗୋପାଳ କହିଛନ୍ତି ଯେ, ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପିିସିସି ଅଧ୍ୟକ୍ଷ ସମେତ ୨୯ ଜଣ ନେତାଙ୍କୁ ଏକ ବୈଠକ ବସିଥିଲା । ଏହି ବୈଠକରେ ରାଜସ୍ଥାନ କଂଗ୍ରେସକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା କରାଯାଇଛି ।

ବୈଠକରେ ସାମିଲ ଥିବା ନେତାମାନେ ଆଲୋଚନା କରିବା ପରେ, ରାଜସ୍ଥାନରେ କଂଗ୍ରେସ ପୁଣିଥରେ ନିର୍ବାଚନ ଜିତିବ ବୋଲ ଆଶା ପ୍ରକାଶ ପାଇଛି । ତା ସହିତ ପାର୍ଟି ଏକଜୁଟ୍ ହେଇ ନିର୍ବାଚନ ଲଢିବ ବୋଲି ସେ କହିଛନ୍ତି । ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଆଗାମୀ ନିର୍ବାଚନରେ ଟିକେଟ୍ ପ୍ରାର୍ଥୀମାନଙ୍କର ଜିତିବାର କ୍ଷମତା ଉପରେ ବଣ୍ଟାଯିବ । ନଜର ପକାନ୍ତୁ, କେଉଁ ୪ଟି ନିଷ୍ପତ୍ତି ଉପରେ ବିଚାର କରାଯାଇଛି...

୧ – ରାଜସ୍ଥାନରେ କଂଗ୍ରେସର କୌଣସି ମୁଖ୍ୟମନ୍ତ୍ରୀ ଚେହେରା ରହିବେନି, ପାର୍ଟି ଏକଜୁଟ୍ ହେଇ ନିର୍ବାଚନ ଲଢିବ

୨ – ରାଜସ୍ଥାନ ଲୋକସେବା ଆୟୋଗ ସଦସ୍ୟଙ୍କ ନିଯୁକ୍ତ ପାଇଁ ନିୟମ ପ୍ରସ୍ତୁତ ହେବ । ପେପରଲିକ୍ ଉପରେ ବିଧାନସଭାରେ ଆଇନ୍ ଆସିବ

୩ – ରାଜସ୍ଥାନରେ ଏଥର କଂଗ୍ରେସ ଆଶାୟୀଙ୍କର ଚୟନ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଶେଷ ହେବ

୪ - ପାର୍ଟିରେ କୌଣସି ବୟାନବାଜି ହେବ ନାହିଁ, ସରକାରର ପ୍ରଚାର ସହିତ ପାର୍ଟିର ପ୍ରଚାର ଅଭିଯାନ ମଧ୍ୟ ଆରମ୍ଭ ହେବ