କନକ ବ୍ୟୁରୋ: ଆସନ୍ତା ନଭେମ୍ବର ୯ ତାରିଖ ସକାଳ ୯ଟାରୁ ଦିନ ୧୨ଟା ଯାଏଁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୀପ ଜାଳିବା ସହ ଘଣ୍ଟ ଘଣ୍ଟା ବଜାଇ ଆନ୍ଦୋଳନ କରିବ କଂଗ୍ରେସ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ ଏପରି ପ୍ରତିବାଦ କରାଯିବ । ପିସିସି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କାର୍ତିକ ମାସରେ ପୁରୀରେ ଭକ୍ତଙ୍କ ଭିଡ଼ ଜମୁଛି, ଏବେ କରୋନା ନାହିଁ, କାହିଁକି ଅନ୍ୟ ଦ୍ୱାରଗୁଡ଼ିକୁ ବନ୍ଦ କରାଯାଇଛି ବୋଲି ପ୍ରଶ୍ନ କରିିଛି କଂଗ୍ରେସ ।
- ଖୋଲ ଶ୍ରୀମନ୍ଦିର ୪ ଦ୍ୱାର
- ଦାବି ଦୋହରାଇଲା କଂଗ୍ରେସ
- ନଭେମ୍ବର ୯ରେ ସଂକୀର୍ତ୍ତନ ସତ୍ୟାଗ୍ରହ
ଗତ ୧୬ ତାରିଖ ଦିନ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା, ରତ୍ନ ଭଣ୍ଡାରର ଗଣତି ଓ ମରାମତି, ବେଦାନ୍ତ ନେଇଥିବା ଜମି ଫେରାଇବା ଆଦି ଦାବିରେ ପୁରୀରେ ଆନ୍ଦୋଳନ କରିଥିଲା କଂଗ୍ରେସ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାବିପତ୍ର ଦେଇଥିଲା ଦଳ । ୨୮ ତାରିଖ ଭିତରେ ଏନେଇ ପଦକ୍ଷେପ ନେବାକୁ କୁହାଯାଇଥିଲା । କଣ୍ଟ ପୂରିଥିଲେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ସଂକୀର୍ତନ ସତ୍ୟାଗ୍ରହ କରିବାକୁ ନିଷ୍ପତି ନେଇଛି କଂଗ୍ରେସ ।
ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା, ରତ୍ନ ଭଣ୍ଡାରର ଗଣତି ଓ ମରାମତି ପାଇଁ ଦାବି କରିଆସୁଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/10/7pm-3-6.jpg)