ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ବୈଠକରେ କପିଲ ଶିବଲଙ୍କ ବୟାନ ‘ଦେଶରେ ଦୁର୍ବଳ ହୋଇଯାଇଛି କଂଗ୍ରେସ’

98

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦଙ୍କ ଅଧ୍ୟକ୍ଷତାରେ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ବୈଠକ କୁହାଯାଉଥିବା ବେଳେ ଏହି ବୈଠକରେ କଂଗ୍ରେସର ଆଗଧାଡିର ଅସନ୍ତୁଷ୍ଟ ନେତା ମାନେ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ଥିଲେ କପିଲ୍ ଶିବଲ, ଆନନ୍ଦ ଶର୍ମା, ଭୁପେନ୍ଦ୍ରସିଂ ହୁଡ୍ଡା, ମନୀଷ ତିୱାରୀ ଓ ରାଜବାବର୍ ।

କିଛିଦିନ ହେବ ଏହି ବରିଷ୍ଠ କଂଗ୍ରେସ ନେତା ମାନେ ଦଳ ହାଇକମାଣ୍ଡଙ୍କର କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ଆଜିର ଏହି ବୈଠକରେ କପିଲ୍ ଶିବଲ କହିଛନ୍ତି କି ଦେଶରେ କଂଗ୍ରେସ ଦୁର୍ବଳ ହୋଇସାରିଛି । ଏହାର ସୁଧାର ଆଣିବାକୁ ଦଳ ଗୁଲାମନବୀ ଆଜାଦଙ୍କ ଅଭିଜ୍ଞତାକୁ କାହିଁକି ଉପଯୋଗ କରୁନାହିଁ ବୋଲି ସେ ଶୀର୍ଷ ନେତୃତ୍ୱଙ୍କୁ ପ୍ରଶ୍ନ କରିଛନ୍ତି । ଏହାସହ ସେ କହିଥିଲେ କି କଂଗ୍ରେସ ଦଳ ଏବେ ସାରା ଦେଶରେ ଦୁର୍ବଳ ଅବସ୍ଥା ଦେଇ ଗତି କରୁଛି । ଆମେ ଏଠାରେ ଦଳକୁ ମଜବୁତ୍ କରିବା ପାଇଁ ବୈଠକ କରୁଛୁ । ଗୁଲାମନବୀ ଆଜାଦଙ୍କୁ ଦେଶର ସବୁ ରାଜ୍ୟରେ କଂଗ୍ରେସର ସ୍ଥିତି ଓ ଦୁର୍ବଳତା ବିଷୟରେ ଜଣାଅଛି । କିନ୍ତୁ ଦଳ ତାଙ୍କର ଅଭିଜ୍ଞତାକୁ ଉପଯୋଗ ନକରିବା ଏକ ଦୁଖର ବିଷୟ ବୋଲି ସେ କହିଛନ୍ତି ।

ଏହି ଜି-୨୩ ବୈଠକର ଆୟୋଜକ ଗୁଲାମନବୀ ଆଜାଦ ଜମ୍ମୁ-କଶ୍ମୀରକୁ ନେଇ କହିଛନ୍ତି କି ‘ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଲଗାତର ଭାବେ ୫/୬ ବର୍ଷ ହେବ ସଂସଦରେ ପ୍ରସଙ୍ଗ ଉପସ୍ଥାପିତ କରାଯାଉଛି ’ । ହେଲେ ସଂଖ୍ୟା ଗରିଷ୍ଠତାର ବଳ ଦେଖାଇ କେନ୍ଦ୍ରସରକାର ଆମ କଥାକୁ ଗୁରୁତ୍ୱ ଦେଉ ନାହାନ୍ତି ।