କନକ ବ୍ୟୁରୋ: ପଂଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଫାଟ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅନୁପସ୍ଥିତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ନେତା । ସତ୍ୟବାଦୀରେ କଂଗ୍ରେସ ଜିଲ୍ଲା ପରିଷଦ ଟିକେଟ ନଦେଇ ପାରିବା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ସୁରେଶ ରାଉତରାୟ । ସନ୍ତୋଷ ସିଂ ସାଲୁଜା କହିଛନ୍ତି, ପିସିସି ପକ୍ଷରୁ ଟିକେଟ ଦିଆଯାଇଥିଲା ମାତ୍ର ପ୍ରେସାଦ ହରିଚନ୍ଦନ ତାକୁ ନେଇନଥିଲେ ।
ସାଲୁଜଙ୍କ ଏପରି ମନ୍ତବ୍ୟକୁ ନେଇ ପ୍ରସାଦ ହରିଚନ୍ଦନଙ୍କ ଶ୍ୱଶୁର ତଥା କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ସାଲୁଜା ତାଙ୍କୁ ଅଂଚଳ କଥା ବୁଝନ୍ତୁ, ପିସିସି କଥା ପିସିସି ସଭାପତି କହିବେ । ସେ ଆହୁରୀ କହିଛନ୍ତି, ପ୍ରସାଦ ଟିକେଟ ନେଇଛନ୍ତି କି ନାହିଁ ତାହା ସେ ଜାଣିନାହାନ୍ତି । ଯଦି ଟିକେଟ ସାଲୁଜା ଦେଇଥିବେ ସେ ନେଇନଥିବେ ସେ କଥା ସାଲୁଜା ଜାଣିଥିବେ ବୋଲି କହିଛନ୍ତି ସୁରେଶ ରାଉତରାୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/12-34.jpg)