କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ସିଂ ପାଟିଲଙ୍କ ଏକ ବୟାନକୁ ନେଇ ବଡ଼ ଧରଣର ବିବାଦ ଦେଖାଦେଇଛି । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଜିହାଦ ସହ ଭଗବାନ କୃଷ୍ଣ ଓ ଭଗବଦ ଗୀତାକୁ ଯୋଡ଼ି ବିବାଦୀୟ ବୟାନ ଦେଇଛନ୍ତି । ନିଜ ମନ୍ତବ୍ୟରେ ପାଟିଲ କହିଛନ୍ତି ଯେ, ମହାଭାରତ ଯୁଦ୍ଧ ବେଳେ କୃଷ୍ଣ ଅର୍ଜୁନଙ୍କୁ ଜିହାଦର ଶିକ୍ଷା ଦେଉଥିଲେ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୋହସିନା କିଦୱାଇଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ଉନ୍ମୋଚନ ଅବସରରେ ଶିବରାଜ ପାଟିଲ ଭାଷଣ ଦେଉଥିଲେ । ସେହି କାର୍ଯ୍ୟକ୍ରମରେ ଶଶୀ ଥରୁର, ଫାରୁକ ଅବଦୁଲ୍ଲା, ସୁଶୀଲ କୁମାର ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ । ଶିବରାଜଙ୍କ ଏହି ମନ୍ତବ୍ୟ ପରେ ତାଙ୍କୁ ଜୋରଦାର ସମାଲୋଚନା କରିଛି ବିଜେପି । ଦଳୀୟ ମୁଖପାତ୍ର ଶେହଜାଦ ପୁନାୱାଲା ପାଟିଲ ଓ କଂଗ୍ରେସକୁ ସମାଲୋଚନା କରି ପ୍ରତିକ୍ରିୟା ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/3-36.jpg)