ରାଜସ୍ଥାନରେ ରାଜନୈତିକ ସଂକଟ ଜାରି: ବିଧାନସଭା ଅଧିବେଶନ ଡାକିବା ନେଇ ବାଚସ୍ପତିଙ୍କୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପ୍ରସ୍ତାବ

ସଂବିଧାନ ବଂଚାଅ ନାଁରେ ସାରା ଦେଶରେ ଆଜି କଂଗ୍ରେସ କରିବ ପ୍ରତିବାଦ

119

କନକ ବ୍ୟୁରୋ: ରାଜସ୍ଥାନରେ ରାଜନୈତିକ ସଂକଟ ଜାରି । କଂଗ୍ରେସ ନେତା ସଚିନ୍ ପାଇଲଟଙ୍କ ବିଦ୍ରୋହ ପରେ ଟଳମଳ ସ୍ଥିତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରର ସ୍ଥିତି । ଏହାରି ଭିତରେ ଆଜି କଂଗ୍ରେସ ସାରା ଦେଶରେ ସଂବିଧାନ ବଂଚାଅ, ଗଣତନ୍ତ୍ର ବଂଚାଅ ନାଁରେ ପ୍ରତିବାଦ କରିବାକୁ ଘୋଷଣା କରିଥିବା ବେଳେ ରାଜସ୍ଥାନ ରାଜଭବନ ଆଗରେ ହେବାକୁ ଥିବା ପ୍ରତିବାଦକୁ ସ୍ଥଗିତ ରଖିଛି । ଏହା ସହିତ ରାଜ୍ୟପାଳଙ୍କ ନିକଟରେ ବିଧାନସଭା ଡାକିବାକୁ ନୂଆ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ । ଜୁଲାଇ ୩୧ ତାରିଖରେ ଜରୁରୀ ଅଧିବେଶନ ଡାକି କରୋନା ଭାଇରସ ଓ ଅନ୍ୟ ବିଲ୍ ଉପରେ ଚର୍ଚା କରିବାକୁ ସେ ଦାବି କରିଛନ୍ତି ।

ଏହାକୁ ନେଇ ରାଜସ୍ଥାନ ରାଜନୀତି ସରଗରମ ହୋଇଛି । ରାଜସ୍ଥାନର ଏପରି ସ୍ଥିତି ପାଇଁ ବିଜେପିକୁ ଦାୟୀ କରିଛି କଂଗ୍ରେସ । ବାଚସ୍ପତିଙ୍କ ଅଧିକାର ଏବଂ ଦଳବଦଳ ଆଇନକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଉପରେ ଆଜି ଶୁଣାଣି ହେବ । ସେପଟେ ସଂଖ୍ୟା ଗରିଷ୍ଠତା ପ୍ରମାଣରେ ବିଏସପି ଏହାର ୬ ବିଧାୟକଙ୍କୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏସପି ନେତା ସତୀଶ ମିଶ୍ର । ଆସ୍ଥା ଭୋଟ୍ ହେଲେ କଂଗ୍ରେସକୁ ସମର୍ଥନ ନଦେବାକୁ ହ୍ୱିପ୍ ଜାରି କରିଛନ୍ତି ବିଏସପି ନେତା । ତେବେ ଗତ ବର୍ଷ ସେପ୍ଟେମ୍ୱର ମାସରୁ ଦଳର ସମସ୍ତ ବିଧାୟକ କଂଗ୍ରେସରେ ସାମିଲ ହୋଇଯାଇଛନ୍ତି ।