ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳାପତାକା ପ୍ରଦର୍ଶନ । କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ

96

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଳାହାଣ୍ଡିରେ ବିଜେପିର ଜୋରଦାର ବିକ୍ଷୋଭ ପ୍ରଦର୍ଶନ । ଭବାନୀପାଟଣା ଏନଏସଏ ଛକ ନିକଟରେ କଳାପତକା ପ୍ରଦର୍ଶନ କରିଛି ବିଜେପି । ଘଟଣା ସ୍ଥଳରୁ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ପୁଲିସ । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଜୋରଦାର ବିରୋଧ କରୁଛି ବିଜେପି । କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳାପତାକା ପ୍ରଦର୍ଶନ କରିଥିଲା । ଘଟଣା ସ୍ଥଳକୁ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା ପୁଲିସ ।

ଏହାକୁ ଦୃଷ୍ଟିରେ ରଖି କଳହାଣ୍ଡିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବିରୋଧୀ ଆନ୍ଦୋଳନ ଜାରି ରଖିଥିବାରୁ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି ପ୍ରଶାସନ । ଏଥିସହ ସଭା ପାଇଁ ଦୁଇଟି ମଂଚ କରାଯାଇଛି । ମୁଖ୍ୟମନ୍ତ୍ରୀ ଯେଉଁ ମଂଚରେ ବସିବେ, ସେଥିରେ ମାତ୍ର ୨୭୪ ଜଣ ଅଡିଟୋରିୟମ ମଧ୍ୟରେ ରହିବେ ।

ଅନ୍ୟମାନେ ବାହାର ପଡିଆରେ ଥିବା ମଂଚ ନିକଟରେ ରହିବେ । ସେଠି ଏଲଇଡି ଜରିଆରେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିବେ । ତେବେ ମଂଚରେ କିଏ କିଏ ବସିବେ ତାହା ଗୋପନ ରଖାଯାଇଛି । ସୁରକ୍ଷା ପାଇଁ ୨୫ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ପ୍ରତି ଛକରେ ଜଗିଛନ୍ତି ପୋଲିସ ଓ ସୁରକ୍ଷାକର୍ମୀ ।