କଂଗ୍ରେସ ରାଜନୀତିରେ ପୁଣି ଝଡ । ସଂସଦୀୟ ଦଳ ନେତା ପଦରୁ ହଟିବେ ଅଧିର ରଞ୍ଜନ ଚୌଧୁରୀ । ଲିଷ୍ଟରେ ବି ନାହିଁ ରାହୁଲଙ୍କ ନାମ

186

କନକ ବ୍ୟୁରୋ : କଂଗ୍ରେସ ଏବେ ସଂସଦରେ ନିଜ ଦଳର ନେତା ଅର୍ଥାତ ସଂସଦୀୟ ଦଳ ନେତା ପଦରୁ ହଟାଇବ ବୋଲି ଜଣାପଡିଛି । ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ସୋନୀଆ ଗାନ୍ଧୀଙ୍କୁ କଡା ପତ୍ର ଲେଖି ସମାଲୋଚିତ କରୁଥିବା କୌଣସି ନେତାଙ୍କୁ ଏହି ପଦରେ ଅଧିଷ୍ଠିତ କରାଯାଇ ପାରେ । ଅଧିର ରଂଜନ ଚୌଧୁରୀ ପଶ୍ଚିମବଙ୍ଗରୁ କଂଗ୍ରେସ ଦଳର ସାଂସଦ ଅଟନ୍ତି । ଅନ୍ୟପଟେ ଆଜି ଲୋକସଭାର ବାଚଷ୍ପତି କହିଛନ୍ତି କି ଜୁଲାଇ ୧୯ ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ କିଏ ସଂସଦୀୟ ଦଳ ନେତା ଭାବେ ଲୋକସଭାରେ ସରକାରଙ୍କ ନିକଟରେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ନେଇ ପ୍ରଶ୍ନ ଉଠାଇବ ସେ ଚେହେରା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହାଁନ୍ତି।

ଅନ୍ୟପଟେ ଲୋକସଭାରେ କଂଗ୍ରେସର ନେତା ଦୈଡରେ ଆଗରେ ରହିଥିବା ସାଂସଦ ମାନେ ଶଶି ଥରୁର୍, ମନୀଷ ତିୱାରୀ, ଗୌରବ ଗୋଗୋଇ, ରବନୀତ ସିଂ ବିଟ୍ଟୁ, ଉତ୍ତମ କୁମାର ରେଡ୍ଡୀ ।

କୁହାଯାଉଛି କି ପଶ୍ଚିମବଙ୍ଗ ନିର୍ବାଚନରେ ବାମପନ୍ଥୀ ଦଳ ସହ ମେଣ୍ଟ କରି ରାଜ୍ୟରେ ଗୋଟିଏ ବି ବିଧାୟକ ଜିତାଇବାରେ ଦଳକୁ ସହାୟକ ହୋଇପାରିଲେ ନାହିଁ ଅଧିର ରଞ୍ଜନ ଚୌଧୁରୀ ଯାହାକୁ ନେଇ କଂଗ୍ରେସର ହାଇକମାଣ୍ଡଙ୍କ ନଜରରେ ଠିକ୍ ନାହାନ୍ତି ।

ଅନ୍ୟପଟେ ଜୁଲାଇ ୧୪ ତାରିଖରେ ସୋନିଆ ଗାନ୍ଧୀ ଏକ ସଂସଦ ରଣନୀତି ବୈଠକ ଡାକିଛନ୍ତି । ଏହି ବୈଠକରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିବେ । ବୈଠକରେ ବିଶେଷ ଭାବେ ଲୋକସଭାରେ ଦଳର ନେତୃତ୍ୱ ପରିବର୍ତ୍ତିନ କରିବା ନେଇ ଆଲୋଚନା ହେବ ବୋଲି ଅନୁମାନ କରାଯାଇଛି ।