କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି । କରୋନା ମହାମାରୀ ପାଇଁ ଦେଶରେ ଦେଖାଦେଇଥିବା ପରିସ୍ଥିତିକୁ ଅନୁଧ୍ୟାନ କରି ରାହୁଲ ଗାନ୍ଧୀ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରିବାକୁ ମନା କରିଦେଇଛନ୍ତି । ଏହାସହ ଦଳର କର୍ମକର୍ତ୍ତାକୁ ଅନୁରୋଧ କରିଛନ୍ତି କି ତାଙ୍କୁ ଜନ୍ମଦିନକୁ ଜାକ ଜମକରେ ପାଳନ ନକରିବାକୁ । ଆଜିର ଦିନରେ କ୍ଷମତା ଅନୁସାରେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ସେ ଦଳୀୟ କର୍ମୀଙ୍କୁ ଅନୁରୋଧ କରିଛନ୍ତି ।
ଏନେଇ ସଂଗଠନର ମହାସଚିବ କେ.ସି ବେଣୁଗୋପାଳ ରାଜ୍ୟ କମିଟି ଓ ପାର୍ଟିର ବିଭିନ୍ନ ସଂଗଠନକୁ ଏନେଇ ଅବଗତ କରାଯାଇଛନ୍ତି । ଏହାସହ ସେ ରାଜ୍ୟ କମିଟି ମାନଙ୍କୁ କହିଛନ୍ତି କି ଏଭଳି ଶୁଭ ଦିନରେ ଦଳର କର୍ମୀମାନେ ଗରିବ ଲୋକମାନଙ୍କୁ ରାଶନ ସାମଗ୍ରୀ, ମେଡିକାଲ କିଟ୍, ମାସ୍କ , ସାନିଟାଇଜର ଆଦି ବାଣ୍ଟିବା ଆବଶ୍ୟକ ।
ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନରେ ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ ଓ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ କାର୍ଯ୍ୟାଳୟ ମାନଙ୍କରେ କୋଭିଡ ଟିକାକରଣ ଅଭିଯାନ ଆୟୋଜିତ କରିଛନ୍ତି । ଏନଏସୟୁଆଇ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀରଜ କୁନ୍ଦନ କହିଛନ୍ତି କି ‘ଆମ ନେତା ରାହୁଲ ଗାନ୍ଧୀଙ୍କ ମତ ହେଉଛି ଜନ୍ମଦିନ ପାଳି ଭିଡ କରିବା ଅପେକ୍ଷା ଟିକାକରଣ ଅଭିଯାନ ଆୟୋଜନ କରି ଲୋକଙ୍କୁ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ’ ।
କହିରଖୁ କି ୧୯୭୦ ମସିହା ଜୁନ ୧୯ ତାରିଖରେ ରାହୁଲଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା । ତାଙ୍କର ବାଲ୍ୟକାଳ ଦିଲ୍ଲୀ ଓ ଡେରାଡୁନ ମଧ୍ୟରେ କଟିଥିଲା । ସେ ୧୯୮୧ ରୁ ୧୯୮୩ ମଧ୍ୟରେ ଉତ୍ତରାଖଣ୍ଡ ଡେରାଡୁନର ଡୁନ୍ ସ୍କୁଲରେ ପାଠ ପଢିଥିଲେ । ହେଲେ ତାଙ୍କ ଜେଜେ ମା ଇନ୍ଦୀରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୪ ରୁ ୧୯୮୯ ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିରୁ ଘରେ ରହି ପାଠ ପଢିଥିଲେ । ୧୯୮୯ ମସିହାରେ ରାହୁଲ ଦିଲ୍ଲୀର ସେଂଟ୍ ଷ୍ଟିଫେନ କଲେଜରେ ସ୍ପୋର୍ଟ୍ସ କୋଟାରେ ସ୍ନାତକ ଶିକ୍ଷା ପାଇଁ ଆଡମିଶନ ହୋଇଥିଲେ ।
ଋାହୁଲ ୨୦୦୪ ରେ ରାଜନୀତିରେ ପାଦ ଥାପିଥିଲେ । ସେହିବର୍ଷ ସେ ଉତ୍ତରପ୍ରଦେଶର ପିତାଙ୍କ ସଂସଦୀୟ କ୍ଷେତ୍ର ଆମେଠୀରୁ ନିର୍ବାଚନ ଲଢୀ ବିଜୟୀ ହୋଇଥିଲେ ।