ମୋଦିଙ୍କ ଗଡ଼ରେ କଂଗ୍ରେସର ଶଙ୍ଖନାଦ ! ୫୮ ବର୍ଷ ପରେ ଆଜି ଗୁଜୁରାଟରେ କଂଗ୍ରେସର କାର୍ଯ୍ୟସମିତି ବୈଠକ ।

216

ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ କଂଗ୍ରେସ ପାର୍ଟି ପ୍ରସ୍ତୁତି ଆରମ୍ଭ କରିସାରିଛି । କଂଗ୍ରେସ ନିର୍ବାଚନର ବିଗୁଲ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୃହରାଜ୍ୟ ଗୁଜୁରାଟରେ ବଜାଇବାକୁ ଯାଉଛି । ଅହମ୍ମଦାବାଦରେ ଆଜି କଂଗ୍ରେସ କାର୍ଯ୍ୟସମିତିର ବୈଠକ ହେବାକୁ ଥିବା ବେଳେ ୫୮ ବର୍ଷ ପରେ କଂଗ୍ରେସ୍ ଗୁଜୁରାଟରେ କାର୍ଯ୍ୟସମିତିର ବୈଠକ କରୁଛି । ଗୁଜୁରାଟରେ ସିଡବ୍ଲ୍ୟୁୟୁସିର ଅନ୍ତିମ ବୈଠକ ୧୯୬୧ ରେ ହୋଇଥିଲା । କଂଗ୍ରେସ ଏହି ବଡ ବୈଠକରେ ଲୋକସଭା ନିର୍ବାଚନର ରଣନୀତି ଏବଂ ମୋଦି ସରକାରଙ୍କୁ କିଭଳି ଚାରିପଟୁ ଘେରା ଯାଇପାରିବ ଏହି ବିଷୟ ଉପରେ ଚର୍ଚ୍ଚା କରିବ । କଂଗ୍ରେସ ତରଫରୁ ସବୁ ବରିଷ୍ଠ ନେତା ଏହି ବୈଠକରେ ସମ୍ମିଳିତ ହେବ । ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ,ସୋନିଆ ଗାନ୍ଧୀ ଏବଂ ପୂର୍ବ ପ୍ରଥାନମନ୍ତ୍ରୀ ମନମୋହନ ସିଂହ ଜନତା ସଂକଳ୍ପ ରାଲୀରେ ଭାଗ ନେବେ ।

ଏକ ମାସ ଭିତରେ ଦ୍ୱିତୀୟଥର ପାଇଁ ରାହୁଲ ଗାନ୍ଧୀ ଗୁଜୁରାଟ ଗସ୍ତରେ ଯିବେ । ଅନ୍ୟପକ୍ଷରେ ପାର୍ଟିଦାର୍ ନେତା ହାର୍ଦିକ୍ ପଟ୍ଟେଲ୍ ଆଜି କଂଗ୍ରେସରେ ସାମିଲ୍ ହେବେ । ତେବେ ଆଜି ମୋଦିଙ୍କ ଗଡରେ କଂଗ୍ରେସର ଗର୍ଜନ । ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ଲାଗିପଡିଛନ୍ତି । ଆଜି ଗୁଜୁରାଟ ଅହମ୍ମଦାବାଦରେ ବସିଛି କଂଗ୍ରେସ ୱାକିଂ କମିଟିର ବୈଠକ । ୫୮ ବର୍ଷ ପରେ ଗୁଜୁରାଟରେ କଂଗ୍ରେସ ଏହି ଶୀର୍ଷ ବୈଠକ ବସିଛି । ଏଥିରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ମଧ୍ୟାହ୍ନ ପରେ ରାହୁଲ ଗାନ୍ଧି କମିଟିକୁ ସମ୍ବୋଧନ କରିବେ ବୈଠକରେ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ । ପ୍ରିୟଙ୍କା ଗାନ୍ଧି ବି ବୈଠକକୁ ସମ୍ବୋଧିତ କରିବା ସମ୍ଭାବନା ରହିଛି । ମହାସଚିବ ଭାବେ ପ୍ରଥମ ଥର ପାଇଁ ପ୍ରିୟଙ୍କ ବୈଠକରେ ସାମିଲ ହେବେ । ସିଡବ୍ଲ୍ୟୁସି ବୈଠକରେ ରାଜନୈତିକ ଓ ଅର୍ଥନୈତିକ ପ୍ରସ୍ତାବ ପାସ ହେବ । ସିଡବ୍ଲୁସି ବୈଠକ ଫେବୃଆରୀ ୨୭ରେ ହେବାର ଥିଲା । କିନ୍ତୁ ପୁଲୱାମା ଆକ୍ରମଣ ପରେ ଏହାକୁ ଘୁଂଚାଇ ଦିଆଯାଇଥିଲା । ସିଡବ୍ଲୁସି ବୈଠକ ପରେ ରାହୁଲଙ୍କ ଉପସ୍ଥିତିରେ ପାଟିଦାର ନେତା ହାର୍ଦିକ ପଟେଲ କଂଗ୍ରେସରେ ସାମିଲ ହେବେ ।