ଆସନ୍ତା ସୋମବାର ଲୋକସେବା ଭବନ ଘେରାଉ କରିବ କଂଗ୍ରେସ । ଦୁର୍ନୀତି, ବେକାରୀ ସମସ୍ୟାକୁ ନେଇ କରିବ ପ୍ରତିବାଦ ।

161

କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ ଗର୍ଜିିବ କଂଗ୍ରେସ । ରାଜ୍ୟରେ ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଦାବି କରିଛି । ଏହାସହିତ ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ଓ ନାରୀ ନିର୍ଯାତନା ବୃଦ୍ଧି ହୋଇଛି । ଏହା ବିରୋଧରେ ପ୍ରତିବାଦ କରିବାକୁ ଯାଇ କଂଗ୍ରେସ ସରକାର ବିରୋଧରେ ଲୋକସେବା ଭବନ ଘେରାଉ କରିବ । ଏଥିରେ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସର ଏହି ଘେରାଉରେ ବହୁ ବରିଷ୍ଠ ନେତାଙ୍କ ସମେତ ପ୍ରଭାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।