ରାଜନୈତିକ ପ୍ରତିପକ୍ଷ ଦଳକୁ ଘେରିବାର ନୂଆ ଉପାୟ । ବିଜେଡି- ବିଜେପି ବାହାଘର କାର୍ଡ ଛାପି ବାଣ୍ଟିଛି କଂଗ୍ରେସ ।

1,563

କନକ ବ୍ୟୁରୋ : କଂଗ୍ରେସ କରିବ ବାହାଘର । ବିଜେଡି-ବିଜେପି ଭିତରେ ପକାଇବ ହାତଗଣ୍ଠି । ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବା ଚର୍ଚ୍ଚା ଭିତରେ କଟାକ୍ଷ କରି, ଏମିତି ଏକ ନିଆରା ରଣନୀତି ଆପଣାଇବାକୁ ଯୋଜନା କରିଛି କଂଗ୍ରେସ । ଯୋଜନା ଅନୁସାରେ କଂଗ୍ରେସ ଭବନରେ ପ୍ରତୀକାତ୍ମକ ଭାବେ ଧୂମଧାମରେ ବିଜେଡି ଓ ବିଜେପିର ବାହାଘର ହେବ । ଏଥିରେ ବିଜେଡି ବର ହେବ ଓ ବିଜେପି କନିଆ ହେବ । ସାହାନାଇ ବାଜିବ । ଜନତା ସାଜିବେ ଅତିଥି । ଭୋଜିଭାତର ବି ଆୟୋଜନ କରାଯିବ ।

୨୦୧୯ ପରଠାରୁ ରାଜ୍ୟରେ କ୍ଷମତାରେ ଥିବା ବିଜେଡି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ସମର୍ଥନ କରି ଆସିଛି । ଯେତେବେଳେ ବିରୋଧୀ କେନ୍ଦ୍ର ସରକାରକୁ ଅଡୁଆରେ ପକାଇବାର ଆଶଙ୍କା ସୃଷ୍ଟି ହୋଇଛି, ସେତେବେଳେ ବିଜେଡି, ପାଖରେ ଛିଡା ହୋଇଛି । କେବଳ ଏତିକି ନୁହେଁ ଉଭୟ ଦଳର ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି । ଯାହାକୁ ନେଇ ଦୁଇ ଦଳର ନେତା, କର୍ମୀଙ୍କଠାରୁ ଆରମ୍ଭ କରି ଜନତା, ସମସ୍ତେ ଦ୍ୱନ୍ଦ୍ୱରେ ପଡିଛନ୍ତି । ଆଉ ଏହାକୁ ନେଇ ବିରୋଧୀ କଂଗ୍ରେସ ବିଜେଡି-ବିଜେପିକୁ ଘେରି ଆସିଛି । ଦୁଇ ଦଳ ମଧ୍ୟରେ ଭିତିରି ବୁଝାମଣା ଥିବା ଅଭିଯୋଗ କରି ଆସିଛି । ହେଲେ, କଂଗ୍ରେସର ଅଭିଯୋଗକୁ ବିଜେଡି- ବିଜେପି ଖଣ୍ଡନ କରିଛନ୍ତି । ଏହା ଭିତିହୀନ ବୋଲି କହିଛନ୍ତି ।