କନକ ବ୍ୟୁରୋ : କଂଗ୍ରେସ କରିବ ସଂକୀର୍ତନ ସତ୍ୟାଗ୍ରହ । ଆସନ୍ତା ନଭେମ୍ବର ୯ ତାରିଖ ସକାଳ ୯ଟାରୁ ଦିନ ୧୨ଟା ଯାଏଁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୀପ ଜାଳିବା ସହ ଘଂଟ ଘଂଟା ବଜାଇ ଆନ୍ଦୋଳନ କରିବ ଦଳ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ ଏପରି ପ୍ରତିବାଦ କରାଯିବ ।
ଗତ ୧୬ ତାରିଖ ଦିନ କଂଗ୍ରେସ ପକ୍ଷରୁ ପୁରୀରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ମରାମତି ଆଦି ଦାବିରେ ଆନ୍ଦୋଳନ କରାଯାଇଥିଲା । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାବି ପତ୍ର ଦେଇଥିଲେ । ୨୮ ତାରିଖ ଭିତରେ ଏନେଇ ପଦକ୍ଷେପ ନେବାକୁ କଂଗ୍ରେସ ପକ୍ଷରୁ କୁହାଯାଇଥିଲା । ହେଲେ କଂଟ ପୁରିଥିଲେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ସଂକୀର୍ତନ ସତ୍ୟାଗ୍ରହ କରିବାକୁ ନିଷ୍ପତି ନେଇଛି ଦଳ ।
ନଭେମ୍ବର ୯ରେ କଂଗ୍ରେସ କରିବ ସଂକୀର୍ତନ ସତ୍ୟାଗ୍ରହ । ସକାଳ ୯ରୁ ଦିନ ୧୨ଟା ଯାଏ ଦୀପ ଜାଳି ଘଂଟ ବଜାଇ ସବୁ ଜଗନ୍ନାଥ ମନ୍ଦିର ଆଗରେ କରିବ ପ୍ରତିବାଦ
/kanak/media/post_attachments/wp-content/uploads/2023/10/Screen-Shot-2023-10-29-at-2.19.51-PM.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)