କଂଗ୍ରେସକୁ ମଂଚରୁ ଟାର୍ଗେଲ କଲେ ପ୍ରତିରକ୍ଷାମନ୍ତ୍ରୀ । କହିଲେ ଆଗାମୀ ଦିନରେ ଡାଏନସୋର ପରି ଲୋପ ପାଇବ ଦଳ, କଂଗ୍ରେସ ନେତାଙ୍କୁ ବିଗବସ ପ୍ରତିଯୋଗୀ ସହ କଲେ ତୁଳନା

114

କନକ ବ୍ୟୁରୋ : କଂଗ୍ରେସ ଉପରେ ବର୍ଷିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଉତରାଖଣ୍ଡ ରାଲିକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି ଯେ ଯେଉଁଭଳି ଦୁନିଆରୁ ଡାଇନୋସର ଲୋପ ପାଇଛି ସେହିଭଳି ଦିନେ କଂଗ୍ରେସ ଲୋପ ପାଇବ । ଏଥିସହ ଦଳର ନେତାଙ୍କୁ ରିୟଲଟି ଶୋ ବିଗ ବସର ପ୍ରତିଯୋଗୀଙ୍କୁ ତୁଳନା କରି କଟାକ୍ଷ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ରାଜନାଥ କହିଛନ୍ତି ଯେଉଁଭଳିଭାବେ ବିଗବସରେ ପ୍ରତିଯୋଗୀ ନିଜ ବୟାନରେ ପରସ୍ପର ଉପରେ କାଦୁଅ ଫିଙ୍ଗନ୍ତି, ପୋଷାକ ଚିରିବା ଭଳି ଆଚରଣ କରନ୍ତି ସେହିଭଳି କିଛି ଚାଲିଛି କଂଗ୍ରେସ ଦଳରେ । ୨୦୨୪ରେ ଦଳର ସ୍ଥିତି ଡାଇନୋସୋର ପରି ହୋଇପାରେ । ଏଥିସହ କଂଗ୍ରେସ ସମୟରେ ଦେଶରେ ସବୁଠୁ ଅଧିକ ଦୁର୍ନୀତି ହୋଇଥିବା ରାଲିରେ କହିଛନ୍ତି ରାଜନାଥ ।