ବିଜେପି ବିରୋଧୀ ସାମ୍ମୁଖ୍ୟ ଗଠନ ପାଇଁ ତତ୍ପରତା : ବିରୋଧୀଦଳ ନେତାଙ୍କ ବୈଠକ ଡାକିଲେ ମମତା, ଆଜି ଦିଲ୍ଲୀ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

174

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦିଲ୍ଲୀ ଉପରେ ନଜର । ଆଜି ଦିଲ୍ଲୀ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୩୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ । ଏହି ସମୟରେ ବିଜେପି ବିରୋଧୀ ସାମ୍ମୁଖ୍ୟର ରୂପରେଖ ପ୍ରସ୍ତୁତ କରିବା ପାଇଁ ମଧ୍ୟ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ସୋନିଆ ଗାନ୍ଧିଙ୍କ ସହ ମମତା ବାନାର୍ଜୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

୨୮ ତାରିଖରେ ମମତା ବଙ୍ଗ ଭବନରେ ବିରୋଧୀ ଦଳ ନେତାଙ୍କର ବୈଠକ ଡାକିଛନ୍ତି । ସେହିଦିନ ହିଁ ମମତା ବାନାର୍ଜୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଜେପି ବିରୋଧରେ ସାମ୍ମୁଖ୍ୟ ଗଠନ ପାଇଁ ମମତା ବାନାର୍ଜୀ ଡାକିଥିବା ବୈଠକରେ କଂଗ୍ରେସ, ଏନସିପି ସମେତ ପ୍ରାୟ ୧୦ଟି ଦଳର ନେତା ସାମିଲ ହେବେ । ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ମଧ୍ୟ ବିଜେପି ବିରୋଧୀ ସାମ୍ମୁଖ୍ୟ ଗଠନ ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଜଣାପଡ଼ିଛି ।