ଦିଲ୍ଲୀରେ ଏଆଇସିସିର ସ୍କ୍ରିନିଂ କମିଟି ବୈଠକ । ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବାଜିପାରେ ମୋହର

203

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଟିକେଟ ବଂଟନ ପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି । ପ୍ରାର୍ଥୀ ତାଲିକାକୁ ଶେଷ ରୂପ ଦେବାକୁ ଲାଗିପଡିଛନ୍ତି ରାଜନୈତିକ ଦଳ । ଏବଂ ପ୍ରାର୍ଥୀ ଚୟନ ପାଇଁ ଦିଲ୍ଲୀରେ ଚାଲିଛି ଏଆଇସିସିର ସ୍କ୍ରିନିଂ କମିଟି ବୈଠକ । ତେବେ ହେଉଥିବା ଚର୍ଚ୍ଚା ଅନୁସାରେ ଆଜି ମଧ୍ୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ କଂଗ୍ରେସ । ନଜର ରହିଛି ଓଡ଼ିଶା କଂଗ୍ରେସ ପଠାଇଥିବା ପ୍ରାର୍ଥୀ ତାଲିକା ଉପରେ ।

କାରଣ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ୧୫ଟି ଲୋକସଭା ଓ ୧୦୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଏକପ୍ରକାର ଚୂଡାନ୍ତ ହୋଇସାରିଛି । ଏପରିକି ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଲୋକସଭା ପାଇଁ କାହାକୁ ପ୍ରାର୍ଥୀ କରିବ, ଏ ନେଇ ମନସ୍ଥିର କରିସାରିଛି କଂଗ୍ରେସ । କଳାହାଣ୍ଡିରେ ଭକ୍ତଚରଣ ଦାସ ଓ ନବରଙ୍ଗପୁରରେ ପ୍ରଦୀପ ମାଝିଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ପ୍ରାୟ ନିଶ୍ଚିତ । ସେହିପରି କୋରାପୁଟରୁ ସପ୍ତଗିରି ଉଲାକା ଓ ବ୍ରହ୍ମପୁରରୁ ଭି.ଚନ୍ଦ୍ରଶେଖର ନାଇଡ଼ୁ କଂଗ୍ରେସ ଟିକେଟରେ ଲଢ଼ିପାରନ୍ତି ।