ତେଲେଙ୍ଗାନାରେ ଟିଏଆରସକୁ ଟକ୍କର ଦେବାକୁ ଗଠନ ହେବ ମହାମେଂଟ: କଂଗ୍ରେସ ସହ ହାତ ମିଳାଇବେ ତେଲୁଗୁଦେଶମ ଓ ସିପିିଆଇ

ତେଲେଙ୍ଗାନାରେ ଟିଏଆରସକୁ ଟକ୍କର ଦେବାକୁ ଗଠନ ହେବ ମହାମେଂଟ: କଂଗ୍ରେସ ସହ ହାତ ମିଳାଇବେ ତେଲୁଗୁଦେଶମ ଓ  ସିପିିଆଇ

କନକ ବ୍ୟୁରୋ: ତେଲେଙ୍ଗାନାରେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ବିରୋଧରେ କଂଗ୍ରେସ, ତେଲୁଗୁଦେଶମ ପାର୍ଟି ଓ ସିପିଆଇ ହାତ ମିଳାଇଛନ୍ତି । ବିଧାନସଭା ଭଙ୍ଗକୁ ବିରୋଧ କରି ଏହି ଦଳଗୁଡିକ ରାଜ୍ୟାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏହି ୩ ଦଳର ନେତା ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରିଛନ୍ତି । ନିର୍ବାଚନ ହେବା ଯାଏଁ ରାଜ୍ୟକୁ ରାଷ୍ଟ୍ରପତି ଶାସନରେ ରଖାଯିବା ଉଚିତ ବୋଲି ଏହି ୩ ଦଳର ନେତା କହିଛନ୍ତି ।

publive-image

ଏହି ୩ ଦଳର ନେତା ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଚନ୍ଦ୍ରଶେଖର ରାଓ ରହିଲେ ତେଲେଙ୍ଗାନାରେ ଅବାଧ ଓ ମୁକ୍ତ ନିର୍ବାଚନ ସମ୍ଭବ ନୁହେଁ । ରାଜ୍ୟରେ ବଳପୂର୍ବକ ଆଗୁଆ ନିର୍ବାଚନ ପାଇଁ ବୋଝ ଲଦିଦିଆଯାଇଛି । ତେଲେଙ୍ଗାନାରେ ଆଗୁଆ ବିଧାନସଭାକୁ ଭାଙ୍ଗିଦିଆଯାଇଛି । କଂଗ୍ରେସ ସହ ମେଂଟ ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ଆଗୁଆ ସଙ୍କେତ ଦେଇଛି ।

publive-image

ସୂଚନାଯୋଗ୍ୟ ଚଳିତ ବର୍ଷ ଶେଷ ଆଡ଼କୁ ନିର୍ବାଚନ କରାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ କେସିଆର୍ ଗତ ସପ୍ତାହରେ ବିଧାନସଭା ଭଙ୍ଗ ପାଇଁ ସୁପାରିସ କରିଥିଲେ। ନିର୍ବାଚନ ପାଇଁ ପ୍ରାୟ ଗୋଟିଏ ବର୍ଷ ଥିବା ବେଳେ ବହୁ ଆଗରୁ ବିଧାନସଭା ଭଙ୍ଗ ସୁପାରିସ କେବଳ ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ କରାଯାଇଥିବାରୁ ଏହା ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ, ଟିଡିପି ଏବଂ ସିପିଆଇ ନେତାମାନେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସଲାସୁତରାରେ କେସିଆର ଏଭଳି କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଆଗାମୀ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବା ପାଇଁ ଟିଡିପି ପ୍ରସ୍ତୁତ ଥିବା ସଙ୍କେତ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe