କନକ ବ୍ୟୁରୋ: ଶ୍ରମିକଙ୍କ ସୁରକ୍ଷାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ । ୪୯ କୋଟି ଶ୍ରମିକଙ୍କ ଅଧିକାର ପାଇଁ କଂଗ୍ରେସ ୪୪ଟି ଆଇନ କରିଥିଲା । କିନ୍ତୁ ଏନଡିଏ ସରକାର କାହା ସହ ଆଲୋଚନା ନକରି ତାକୁ ପ୍ରତ୍ୟାହାର କରିଥିବା ଅଭିଯୋଗ କରିଛି କଂଗ୍ରେସ ।

Advertisment

୨୦୨୫ ପରଠୁ ଶ୍ରମିକ ସୁରକ୍ଷା ବୈଠକ ମଧ୍ୟ ବସୁନଥିବା ଅଭିଯୋଗ କରିଛି କଂଗ୍ରେସ । ଓଡ଼ିଶାରୁ ପ୍ରାୟ ୪୦ ଲକ୍ଷ ଲୋକେ ଅନ୍ୟ ରାଜ୍ୟରେ କାମ କରିବାକୁ ଯାଉଛନ୍ତି । ରାଜ୍ୟରେ ଅନେକ କଳକାରଖାନା ବନ୍ଦ ପଡିଥିବା ବେଳେ ସେଗୁଡିକୁ ଉଦ୍ଧାର କରାଗଲେ ଶ୍ରମିକମାନ ଉପକୃତ ହୋଇପାରନ୍ତା ବୋଲି କହିଛି କଂଗ୍ରେସ । ଦେଶର ୪୯ କୋଟି ଶ୍ରମିକ ଓ ସାମ୍ବାଦିକଙ୍କ ପାଇଁ ୨୫ ଲକ୍ଷର ବୀମା , ଇପିଏଫ, ଇଏସଆଇ ଭଳି ସାମାଜିକ ସୁରକ୍ଷା ଇତ୍ୟାଦି ବ୍ୟବସ୍ଥା କରିବାକୁ ଦାବି କରିଛି କଂଗ୍ରେସ ।