ଡେଙ୍ଗୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ : ଡେଙ୍ଗୁ ମୁକାବିଲାରେ ନଗର ଉନ୍ନୟନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ବିଫଳ

91

କନକ ବ୍ୟୁରୋ : ଡେଙ୍ଗୁକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ । ସରକାରଙ୍କ ତଥ୍ୟ ଅନୁସାରେ ୪୫୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି । ହେଲେ କଂଗ୍ରେସ କହିଛି ହଜାର ହଜାର ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । କିନ୍ତୁ ନଗର ଉନ୍ନୟନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଡେଙ୍ଗୁ ମୁକାବିଲାରେ ସଂପୂର୍ଣ୍ଣ ବିଫଳ ବୋଲି ଅଭିଯୋଗ କରିଛି କଂଗ୍ରେସ । ଡେଙ୍ଗୁ ନେଇ ଲୋକଙ୍କୁ କେତେ ସଚେତନ କରାଯାଇଛି ଓ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ରାଜ୍ୟ ସରକାର ତାର ତଥ୍ୟ ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ ।