ଅନୁଭବ ଏବେବି +୩ ପଢୁଛନ୍ତି । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣି ସାଙ୍ଘାତିକ ଖୁଲାସା କଲା କଂଗ୍ରେସ ।

1,963

କନକ ବ୍ୟୁରୋ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ବଡ ଖୁଲାସା କଲା କଂଗ୍ରେସ । ଜାଲ ସାର୍ଟିଫିକେଟ ନେଇ ସାଂସଦ ଅନୁଭବଙ୍କ ନାଁରେ ଅଭିଯୋଗ ଆଣିଛି କଂଗ୍ରେସ । ଅନୁଭବ ୨୦୧୪ ରାଜ୍ୟସଭା ନିର୍ବାଚନ ବେଳେ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ ହୋଇଛି ।

ତେବେ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣି କଂଗ୍ରେସ କହିଛି କି ସାଂସଦ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ୨୦୧୪ ରାଜ୍ୟସଭା ନିର୍ବାଚନରେ ଦାଖଲ କରିଥିବା ସାର୍ଟିଫିକେଟ ଜାଲ । କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଆଜି ଏକ ପ୍ରେସମିଟରେ କହିଛନ୍ତି କି ଅନୁଭବ ୨୦୧୪ ରାଜ୍ୟସଭା ନିର୍ବାଚନ ସତ୍ୟପାଠରେ ସେ ମିରଟରେ ସୋଭିଏତ ୟୁନିଭର୍ସିଟି ଅଫ ଟେକ୍ନୋଲୋଜିରୁ ଯୁକ୍ତ ତିନି ପାସ୍ କରିଥିଲେ ।

କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ମିଳିଥିବା ଆରଟିଆର ତଥ୍ୟ ଅନୁସାରେ ଅନୁଭବ ଏବେ ବି କଟକ କନ୍ଦରପୁର କଲେଜର ଯୁକ୍ତ ୩ ଛାତ୍ର । କାରଣ ଅନୁଭବ ମାଇଗ୍ରେସନ ସାର୍ଟିଫିକେଟ ବିନା ଅନ୍ୟ ବିଶ୍ୱବିଦ୍ୟାଳୟରେ ପଢ଼ିଲେ କେମିତି ବୋଲି ପ୍ରଶ୍ନ କରିଛି ଦଳ । ତେଣୁ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି କଂଗ୍ରେସ । ସେପଟେ କଂଗ୍ରେସର ଅଭିଯୋଗ ନେଇ ଅନୁଭବଙ୍କ କୌଣସି ପ୍ରତିକ୍ରିୟା ମିଳିନି ।