କନକ ବ୍ୟୁରୋ: ଅମିତ ଶାହାଙ୍କ ଓଡିଶା ଗସ୍ତ ଓ ନବୀନ ନିବାସରେ ଆତିଥ୍ୟକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ପୂର୍ବରୁ ଅନେକ ଥର ବିଜେଡି ବିଜେପି ସଲାସୁତୁରା ନେଇ କଂଗ୍ରେସ ଅଭିଯୋଗ କରି ଆସୁଛି । ଆଉ ଏବେ ପୂର୍ବାଂଚ ଜୋନାଲ ପରିଷଦ ବୈଠକରୁ ଆରମ୍ଭ କରି ନବୀନ ନିବାସରେ ଆତିଥ୍ୟ ଯାଏ ଗୋଟିଏ ଟେବୁଲରେ ଏକାଠି ନବୀନ ଓ ଶାହା ବସିବାକୁ ହଜମ କରିପାରିନାହିଁ ଦଳ ।

Advertisment

publive-image

କିଛି ମାସ ପୂର୍ବରୁ ନିର୍ବାଚନ ପ୍ରଚାରରେ ଆସି ବିଜେଡି ସରକାରକୁ ପୋଡା ଟ୍ରାନ୍ସଫର୍ମର କହି ଏହାକୁ ଓପାଡି ଫିଙ୍ଗିଦେବା ପାଇଁ କହିଥିଲେ ଅମିତ୍ ଶାହା । ସେହି ଭାଷଣକୁ ମନେ ପକାଇ ନବୀନ ବିଜେପିର କାହିଁକି ନିକଟତର ହେଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ବିଜେପି ଏହାକୁ ଖଣ୍ଡନ କରିଥିବାବେଳେ ବିଜେଡି ସହିତ ନିର୍ବାଚନୀ ମୁକାବିଲା ଜାରି ରହିଥିବା ସ୍ପଷ୍ଟ କରିଛି । ସେପଟେ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି, ବିଜେପି ସହିତ କୌଣସି ଡିଲ୍ ହୋଇନାହିଁ । ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ସହିତ ଡିଲ କରାଯାଇଛି ।