କନକ ବ୍ୟୁରୋ: ଦରଦାମ ବୃଦ୍ଧିକୁ ନେଇ ବିଜେଡି ଆନ୍ଦୋଳନକୁ ଓହ୍ଳାଇବାକୁ ଘୋଷଣା କରିଛି । ଏହି ପ୍ରସଙ୍ଗରେ ଏବେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ବିଜେଡି ପ୍ରତିବାଦ କରି ଆରଡିସି ଅଫିସ ଘେରାଉ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛି । କେନ୍ଦ୍ର ଦାମ ବଢାଇଲା ବେଳେ ନିରବ ବସିଥିଲେ ରାଜ୍ୟ ସରକାର । ଏବେ ମମିତା ହତ୍ୟା ମାମଲାରୁ ଦୃଷ୍ଟି ହଟାଇବାକୁ ବିଜେଡି ଛଳନା କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି କଂଗ୍ରେସ ।
ବିଜେଡି ୭ବର୍ଷରେ ବିକ୍ଷୋଭ କରୁନଥିଲା କାହିଁକି ବୋଲି ପ୍ରଶ୍ନ କରିଛି ଦଳ । ଏହାସହ ବିଜେଡି ସରକାର ଯଦି ଗ୍ୟାସ ଦର କମାଇବାକୁ ଚାହୁଁଛନ୍ତି ତେବେ ଗ୍ୟାସକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରି ରାଜ୍ୟ ଭାଗ ୨.୫ପ୍ରତିଶତ ଜିଏସଟି କମାନ୍ତୁ ବୋଲି କହିଛି କଂଗ୍ରେସ । ୨୦୧୪ରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ୪୧୦ଟଙ୍କା ଥିବା ବେଳେ ଏବେ ଭୁବନେଶ୍ୱରରେ ୯ ଶହ ଟପିଲାଣି । ଗତ ବର୍ଷକ ମଧ୍ୟରେ ଗ୍ୟାସ ଦର ୩ଶହ ଟଙ୍କାରୁ ଅଧିକ ବଢିଛି ବୋଲି କହିଛି କଂଗ୍ରେସ । ମମିତା ମେହେର ମାମଲାରୁ ଧ୍ୟାନ ହଟାଇବା ପାଇଁ ଏବଂ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ବିଜେଡି ଏଭଳି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହିଛି କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/30-21.jpg)