କନକ ବ୍ୟୁରୋ : ତୈଲ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ବିଶାଳ ସାଇକେଲ ରାଲି କରାଯିବ । ଏହାଛଡା ଆସନ୍ତାକାଲି ଅର୍ଥାତ ଗୁରୁବାର ବାମ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କରିଛି । ଏଥିସହ ୧୫ ତାରିଖରେ ଡିଜେଲ, ପେଟ୍ରୋଲ ନ କିଣିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପିସିସି ସଭାପତି । ଜୁଲାଇ ୧୭ରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଦସ୍ତଖତ ସଂଗ୍ରହ କରି କେନ୍ଦ୍ର ସରକାର ପାଖରେ ଦାଖଲ କରାଯିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ଦରବୃଦ୍ଧି ପ୍ରତିବାଦରେ ବିଶାଳ ସାଇକେଲ୍ ରାଲି କରିବ କଂଗ୍ରେସ : ତେଲ ସହ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ପ୍ରତିବାଦରେ ସାଇକେଲ୍ ରାଲି
/kanak/media/post_attachments/wp-content/uploads/2021/07/5-13.jpg)