୨୭ ତାରିଖରେ ଭାରତ ବନ୍ଦ ଆନ୍ଦୋଳନ: ସମର୍ଥନ କରିବ ରାଜ୍ୟ କଂଗ୍ରେସ

111

କନକ ବ୍ୟୁରୋ: ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଆନ୍ଦୋଳନକୁ ପୂରା ସମର୍ଥନ କରିବ ରାଜ୍ୟ କଂଗ୍ରେସ । ଭାରତ ବନ୍ଦକୁ ନେଇ ଆଜି କଂଗ୍ରେସ ଭବନରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି  । ବୈଠକ ପରେ ପିସିସି ସଭାପତି ନିରଞ୍ଜନ କହିଛନ୍ତି ଭାରତ ବନ୍ଦ ଡାକରାକୁ କଂଗ୍ରେସ ପୂରା ସମର୍ଥନ କରିବ । ଏଥିସହିତ ରାଜ୍ୟ ବଢିଥିବା  ବିଦ୍ୟୁତ୍ ବିଲ ଏବଂ ବନ୍ୟା ପରିସ୍ଥିତିଙ୍କୁ ଆସନ୍ତା ୨୩ ତାରିଖରେ କଂଗ୍ରେସ ମାଷ୍ଟରକ୍ୟାଂଟିନ୍ ଛକରେ ବିକ୍ଷୋଭ ପଦର୍ଶନ କରିବ ।

ଭାରତ ବନ୍ଦ ନିଷ୍ପତି ନେଇ ଆଜି  ସିପିଏମ, ସିପିଆଇ, ଆରଜେଡି, ଆଇଏନସି,  ସମାଜବାଦି ପାର୍ଟି ଓ ଏନସିପିର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ ନିରଞ୍ଜନ । ଆସନ୍ତା ୨୭ ତାରିଖରେ ସମୁକ୍ତ କିଷାନ ମୋର୍ଚ୍ଚା ଭାରତ ବନ୍ଦ ଡକାରା ଦେଇଥିବା ବେଳେ ଓଡ଼ିଶା, ତେଲେଙ୍ଗାନା ସମେତ ବହୁ ରାଜ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛି ।