ତେଲ ଦର ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ପିସିସି ସଭାପତି ! ସକାଳ ୬ଟାରୁ ଭାରତ ବନ୍ଦ,ବିଧାନସଭା ଯିବେନି କଂଗ୍ରେସ ବିଧାୟକ ।

43

ଆସନ୍ତାକାଲି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ୍ ଡାକରା ଦେଇଛି କଂଗ୍ରେସ । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବନ୍ଦ୍ ସଫଳ କରିବା ପାଇଁ ଆଜି କଂଗ୍ରେସ ପକ୍ଷରୁ ବାହାରିଛି ଜନସଚେତନତା ଗାଡି । କଂଗ୍ରେସ ଭବନରୁ ପ୍ରଚାର ଗାଡିର ଶୁଭାରମ୍ଭ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେଲ ଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଦାୟୀ କରିଛନ୍ତି ନିରଞ୍ଜନ । କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ଜନତାଙ୍କୁ ଲୁଟୁଛନ୍ତି । ଏହା ସହିତ ତେଲ ଦର କିଭଳି ପାକିସ୍ତାନ ଓ ଶ୍ରୀଲଙ୍କଠାରୁ ଅଧିକ ହୋଇଛି ତାକୁ ନେଇ ବିଜେପି ସରକାରକୁ ଟାର୍ଗେଟ କରିଛି କଂଗ୍ରେସ । ମୋଦି ସରକାରଙ୍କୁ କଂଗ୍ରେସ ପ୍ରଶ୍ନ କରିଛି । କେଉଁଠି ବିକାଶ ହୋଇଛି ତାର ଜବାବ ମାଗିଛି । ସେପଟେ ସ୍କୁଲ ଓ କଲେଜ ବସ୍, ପରୀକ୍ଷାର୍ଥୀ, ଆମ୍ବୁଲାନ୍ସ, ମେଡିସିନ୍ ଷ୍ଟୋର, କ୍ଷୀର ଗାଡ଼ିକୁ ବନ୍ଦରୁ ବାଦ ଦିଆଯିବ ବୋଲି କହିଛନ୍ତି ପିସିସି ସଭାପତି ।