ଏବେବି କଂଗ୍ରେସରେ ପ୍ରାର୍ଥୀ ସଙ୍କଟ । କାହାକୁ ପ୍ରାର୍ଥୀ କରିବ ଦଳ, ଚିନ୍ତାରେ ନେତା ।

231

କନକ ବ୍ୟୁରୋ: ଦଳ ଟିକେଟ ଦେବା ପୂର୍ବରୁ ନିଜକୁ ପ୍ରାର୍ଥୀ ଘୋଷଣା କଲେ ପିସିସି ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ । ଏକ ସାଧାରଣ ସଭା ଆୟୋଜନ କରି ମାହାଙ୍ଗା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ପ୍ରଦୀପ୍ତ । ନିଶ୍ଚିନ୍ତକୋଇଲି ବ୍ଲକ ଦାମୋଦରପୁରଠାରେ ସଭା କରି ସେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଥିସହ ମାର୍ଚ୍ଚ ୨୮ ଏବଂ ୨୯ ତାରିଖରେ ହୋଇଥିବା ବୈଠକରେ ଏଆଇସିସି ସଭାପତି ଓ ଅନ୍ୟ ସଦସ୍ୟମାନେ ତାଙ୍କୁ ମାହାଙ୍ଗା କଂଗ୍ରେସ ପ୍ରାର୍ଥୀ ଭାବେ ଚୟନ କରିଥିବା ନେଇ ସେ ଦୃଢ଼ତାର ସହ କହିଛନ୍ତି ।