କନକ ବ୍ୟୁରୋ: ସଂକୀର୍ତ୍ତନ ପ୍ରତିବାଦ ପରେ ଆଜିଠୁ କଂଗ୍ରେସ ଆରମ୍ଭ କରୁଛି ‘ତୁଳସୀ ଯାତ୍ରା’ । ଭକ୍ତଙ୍କ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିବାକୁ ଦାବି ଜଣାଇ ଆଜିଠାରୁ କଂଗ୍ରେସ ଏହି ଯାତ୍ରା ଆରମ୍ଭ କରୁଛି ।
ଏହା ପୂର୍ବରୁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ଆଗରେ ସଙ୍କୀର୍ତ୍ତନ କରି ଏହି ଦାବି ଜଣାଇଥିଲେ ବି ଏହାକୁ ଗୁରୁତ୍ୱ ଦେଇନଥିଲେ ରାଜ୍ୟ ସରକାର । କିନ୍ତୁ ଓଡିଆଙ୍କ ହିତ ତଥା ସେମାନଙ୍କ ଭାବାବେଗକୁ ସମ୍ମାନ ଦେଇ ଏହି ଦାବିକୁ ପୁଣି ଉତଥାପନ କରିବାକୁ ଅଣ୍ଟା ଭିଡିଛି କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/2.jpg)