କନକ ବ୍ୟୁରୋ : କଂଗ୍ରେସ ଟିକେଟ୍ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ । ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ । ଆଜିଠାରୁ ୧୧ ଫେବ୍ରୁଆରୀ ଯାଏଁ ଆଶାୟୀମାନେ ଅନଲାଇନରେ ଆବେଦନ କରିପାରିବେ । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ପ୍ରଗମନ୍ ଡଟ୍ ଇନରେ ଆବେଦନ କରିହେବ । ଉଭୟ ବିଧାନସଭା ଓ ଲୋକସଭା ଟିକେଟ୍ ପାଇଁ ଆବେଦନ କରାଯାଇପାରିବ । ଯୋଗ୍ୟ ପ୍ରାର୍ଥୀଙ୍କ ଚଳିତ ନିର୍ବାଚନରେ ଟିକେଟ୍ ଦେବ କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ଏହି ୱେବ୍ସାଇଟ୍କୁ ଲଂଚ କରିଛନ୍ତି ପ୍ରଭାରୀ ଅଜୟ କୁମାର ।
ପ୍ରାର୍ଥୀ ଚୟନ ନେଇ କଂଗ୍ରେସର ନୂଆ ତରିକା । ଆଜି ଠାରୁ ଟିକେଟ ଆଶାୟୀମାନେ କରିପାରିବେ ଅନଲାଇନ ଆବେଦନ
/kanak/media/post_attachments/wp-content/uploads/2024/02/Screen-Shot-2024-02-04-at-2.13.13-PM.jpg)