ପିପିଲି ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ । ଜାଣନ୍ତୁ, ଲିଷ୍ଟରେ ଅଛି କାହା କାହା ନାଁ ?

493

କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ । ଅଜିତ ମଙ୍ଗରାଜଙ୍କ ପାଇଁ କଂଗ୍ରେସର ୩୦ ଜଣ ଷ୍ଟାର କ୍ୟାମ୍ପେନର ପିପିଲିରେ ପ୍ରଚାର କରିବେ । ଏହି ଲିଷ୍ଟରେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାରଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସ, ନରସିଂହ ମିଶ୍ର ପ୍ରମୁଖ ରହିଛନ୍ତି ।

ତାଙ୍କ ସହିତ ରୁଦ୍ର ରାଜୁ, ଚିରଞ୍ଜୀବୀ ବିଶ୍ୱାଳ, ପ୍ରଦୀପ ମାଝି, ଶରତ ରାଉତ, ବିଶ୍ୱ ରଞ୍ଜନ ମହାନ୍ତି, ରାଗିନୀ ନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଲ ତିରିଆ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ମଧ୍ୟ ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ।

ସେହିପରି ସାଂସଦ ସପ୍ତଗିରି ଉଲାକା, ବିଧାୟକ ସୁରେଶ ରାଉତରାୟ, ତାରା ବାହିନୀପତି, ସନ୍ତୋଷ ସାଲୁଜା, ରମେଶ ଜେନା, ମହମ୍ମଦ ମୋକିମ, ଅଧୀର ରଞ୍ଜନ ଚୌଧୁରୀ, ସି ଏସ୍ ରାଜନ ଏକ୍କା, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ବନ୍ଦିତା ପରିଡା, ସଂଗ୍ରାମ କେଶରୀ ଜେନା, ସ୍ମୃତି ରଂଜନ ଲେଙ୍କା, ସତ୍ୟ ପ୍ରକାଶ ନାୟକ ଓ ସୟଦ ୟାସିର ନବାଜ ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ ହୋଇଛନ୍ତି ।

ଏଥର ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ନିଜର ପୁରୁଣା ଯୋଦ୍ଧା ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି । ତାଙ୍କ ନେତୃତ୍ବରେ ଦଳ ଏଥର ନିଜ ଭୋଟ୍ ପ୍ରତିଶତକୁ ବଢାଇବା ସହିତ ନିର୍ବାଚନ ବୈତରଣୀ ପାର୍ ହେବାକୁ ଅଙ୍କ କଷୁଛି । ତେବେ ଗତ ଥର ପିପିଲିରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲେ ମଧ୍ୟ ଚଳିତ ଥର ଭୋଟ୍ ପ୍ରତିଶତ ବୃଦ୍ଧି ପାଇବ ବୋଲି କଂଗ୍ରେସ ନେତାମାନେ ଦାବି କରିଛନ୍ତି ।